ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ଜିନପିଙ୍ଗ – bajravana
[ad_1]
ନୂଆଦିଲ୍ଲୀ, ୦୪/୦୯ : ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ବିଦେଶର ବଡ଼ ବଡ଼ ନେତା , ବ୍ୟବସାୟୀ ଯୋଗ ଦେବେ । ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ସୂଚନା ରହିଛି । ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗଦେବେ । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଭାରତ ଦ୍ୱାରା ଆୟୋଜିତ ଏହି ଉଚ୍ଚ ସ୍ତରୀୟ ଶିଖର ସମ୍ମିଳନୀରେ ସି ଜିନପିଙ୍ଗଙ୍କ ଅନୁପସ୍ଥିତି ପାଇଁ କୌଣସି କାରଣ ଦର୍ଶାଇ ନାହାଁନ୍ତି ମୁଖପାତ୍ର ମାଓ ନିଙ୍ଗ ।
ଅନ୍ୟପଟେ ବୈଠକରେ ଚୀନ ରାଷ୍ଟ୍ରପତି ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜିନପିଙ୍ଗ ବୈଠକରେ ଯୋଗ ଦେଉନଥିବା ଶୁଣି ସେ ନିରାଶ ହୋଇଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସପ୍ତାହରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ (ଆସୋସିଏସନ୍ ଅଫ୍ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର) ଏବଂ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବେ ନାହିଁ। ଇଣ୍ଡୋନେସିଆରେ ହେବାକୁ ଥିବା ଏସିଆନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଲି ଚୀନର ପ୍ରତିନିଧିତ୍ୱ କରିବେ। ସେହିପରି ୨୦୨୧ ମସିହାରେ ଇଟାଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଯୋଗ ଦେଇନଥିଲେ ।
[ad_2]