ଚାକିରି କରି ଘର ଚଳାଇବାର ସ୍ବପ୍ନ ଦେଖିଥିଲେ ଏୟାର ହୋଷ୍ଟେସ, ଗଳା କାଟି ହତ୍ୟା କଲା ସଫେଇ କର୍ମଚାରୀ – bajravana
[ad_1]
ମୁମ୍ବାଇ: ଚାକିରି କରି ଘର ଚଳାଇବାର ସ୍ବପ୍ନ ଦେଖିଥିଲେ ଏୟାର ହୋଷ୍ଟେସ। ଗଳା କାଟି ହତ୍ୟା କଲା ସଫେଇ କର୍ମଚାରୀ। ମୁମ୍ବାଇରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ମୃତକଙ୍କ ନାମ ରୁପଲ ଓଗରେ ବୋଲି ଜଣାପଡ଼ିଥିବା ବେଳେ ସେ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ଏୟାର ଇଣ୍ଡିଆରେ ସେ ଟ୍ରେନି ଏୟାର ହୋଷ୍ଟେସ ଥିଲେ। ଚାକିରି କରି ଘରର ଦାୟିତ୍ବ ନେବେ ବୋଲି ଭାବିଥିଲେ ରୁପଲ। ହେଲେ ୫ମାସ ଭିତରେ ଏଭଳି କିଛି ଘଟିଯିବ ବୋଲି ତାଙ୍କୁ ଜଣାନଥିଲା।
ପୁଲିସର କହିବା ମୁତାବକ, ରୁପଲ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ମୁମ୍ବାଇ ଆସି ସେ ତାଙ୍କ ଭଉଣୀ ଓ ତାଙ୍କ ପ୍ରେମିକ ରହୁଥିବା ଫ୍ଲାଟରେ ରହିବା ଆରମ୍ଭ କରିଥିଲେ। ଘଟଣାର କିଛି ଦିନ ପୂର୍ବରୁ ଭଉଣୀ ଗାଁକୁ ଯାଇଥିବାରୁ ଫ୍ଲାଟରେ ଏକା ଥିଲେ ରୁପଲ। ରବିବାର ବାରମ୍ବାର ଫୋନ କରିବା ସତ୍ତ୍ବେ ସେ ଫୋନ ନଉଠାଇବାରୁ ରୁପଲଙ୍କ ସାଙ୍ଗକୁ ଫୋନ କରି ଜଣାଇଥିଲେ ପରିବାର ଲୋକେ। ଏହା ପରେ ରୁପଲଙ୍କ ସାଙ୍ଗ ସେ ରହୁଥିବା ଅନ୍ଧେରୀସ୍ଥିତ ଫ୍ଲାଟକୁ ଯିବାରୁ ତାଙ୍କ ଫ୍ଲାଟର କବାଟ ଭିତରୁ ବନ୍ଦ ଥିବା ଜଣାପଡ଼ିଥିଲା। ସନ୍ଦେହ ହେବାରୁ ରୁପଲଙ୍କ ସାଙ୍ଗ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ରୁପଲ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖାଯାଇଥିଲା। ରୁପଲଙ୍କ ଗଳା କଟାଯାଇଥିବା ବେଳେ ଏବେ ପୁଲିସ ସନ୍ଦେହ କରି ରୁପଲ ରହୁଥିବା ସୋସାଇଟିର ସଫେଇ କର୍ମଚାରୀ ବିକ୍ରମ ଅଟୱାଲ(୪୦)କୁ ଗିରଫ କରିଛି।
[ad_2]