ଖେଳ ଖବର
ଏସିଆ କପ ପୂର୍ବରୁ ବୁମରାହଙ୍କ ଘରକୁ ଆସିଲା ଖୁସି ଖବର – bajravana
[ad_1]
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ପୁତ୍ର ସନ୍ତାନର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୁଅର ନାଁ ଅଙ୍ଗଦ ଜସପ୍ରୀତ ବୁମରାହ ରଖିଥିବା ନେଇ ନିଜେ ବୁମରାହ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି । ଏସିଆ କପରେ ଭାରତୀୟ ସ୍କ୍ୱାର୍ଡର ସଦସ୍ୟ ଥିବା ବୁମରାହ ସେପ୍ଟେମ୍ବର ୪ ତାରିଖରେ ନେପାଳ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ମୁମ୍ବାଇ ଫେରି ଆସିଛନ୍ତି ।
ସୂଚନାଯୋଗ୍ୟ, ଜସପ୍ରୀତ ବୁମରାହ ଇନଜୁରୀ ପାଇଁ ୧୦ ମାସ ହେବ ଟିମଠୁ ଦୂରେଇ ରହିଥିଲେ । ୧୦ ମାସ ପରେ ପଡ଼ିଆକୁ ଫେରିଥିବା ବୁମରାହ ଏସିଆ କପ ପୂର୍ବରୁ ଆୟରଲ୍ୟାଣ୍ଡ ସିରିଜରେ ଭାରତୀୟ ଟିମର ଅଧିନାୟକ ଭାର ସମ୍ଭାଳିଥିଲେ । ଆୟରଲ୍ୟାଣ୍ଡ ସିରିଜ ଭାରତ ୨-୦ରେ ନିଜ ନାଁରେ କରିଥିଲା ।
[ad_2]