ଓଡିଶା

୩ମାସ ପରେ ବି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ଥାନାନ୍ତର ହୋଇପାରିଲାନି ଏନ୍‌ଏସ୍ଏସ୍ ଓ ୱାଇଆରସି – bajravana

[ad_1]

ଜୟପୁର: ଗତ ଜୁନ ୧ତାରିଖରୁ ଆରମ୍ଭ ହୋଇଛି ବିକ୍ରମ ଦେବ ବିଶ୍ବବିଦ୍ୟାଳୟ। ଆରମ୍ଭ ହେବାର ୩ମାସ ବିତିଯାଇଥିଲେ ‌ସୁଦ୍ଧା ଏ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରୁ ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଅଧିନକୁ ଜାତୀୟ ସେବା ସଂସ୍ଥା(ଏନ୍‌ଏସ୍‌ଏସ୍ ) ଓ ୟୁଥ୍ ରେଡକ୍ରସ(ୱାଇଆରସି) ସ୍ଥାନାନ୍ତର ହୋଇପାରି ନାହିଁ।

ସୂଚନା ଅନୁଯାୟୀ, ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଗତ ଫେବ୍ରୁଆରି ୨ତାରିଖ ଦିନ ଯୋଗ ଦେଇ ବିଶ୍ବବିଦ୍ୟାଳୟ ବୋଲି ଘୋଷଣା କରିଥିଲେ। ଏହା ପରେ ରାଜ୍ୟ ଉଚ୍ଚଶିକ୍ଷାବିଭାଗ ଜୁନ ପହିଲାରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ ଗୁଡ଼ିକ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଅଧିନକୁ ଆସିବ ଏବଂ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଏହି ମହାବିଦ୍ୟାଳୟକୁ ସ୍ବୀକୃତି ଦେବ ବୋଲି କୁହାଯାଇଥିଲା। ଏହାରି ମଧ୍ୟରେ ଧୀରେଧୀରେ ନୂଆ ବିଶ୍ବବିଦ୍ୟାଳୟ ନିଜ ଅଧିନକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। କଲେଜ ଗୁଡ଼ିକ ଆସିବା ପରେ ସାମାଜିକ ପ୍ରତିବଦ୍ଧତା ଏବଂ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ଶୃଙ୍ଖଳିତ, ସେବା ମନୋଭବରେ ଉଦବୃତ୍ତ କରୁଥିବା ଜାତୀୟ ସେବା ସଂସ୍ଥା (ଏନଏସଏସ) ଓ ୟୁଥ ରେଡକ୍ରସ(ୱାଇଆରସି)ର ମୁଖ୍ୟ କାର୍ଯ୍ୟାଳୟ ବି ଆରମ୍ଭ କରିବା କଥା।

ତେବେ ସେ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଇ ନଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପଢ଼ାଯାଉଥିବା କଲେଜ ଗୁଡିକର ଆଗାମୀ ଶିକ୍ଷାବର୍ଷର ସ୍ବୀକୃତି ପାଇଁ  ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଆବେଦନ କରିବାକୁ ଯେଭଳି ଚିଠି ଦେଇଥିଳେ ସେଭଳି ଏନଏସଏସ୍ କିମ୍ବା ୱାଇଆରସି ପାଇଁ ଚିଠି କରି ନାହାନ୍ତି। ବିଶ୍ବବିଦ୍ୟାଳୟରେ ଯଦି ଏହା ଆରମ୍ଭ ହେଲେ ଏନଏସଏସ୍ ଓ ୱାଇଆରସି ପାଇଁ ଅଲଗା ଅଲଗା ଦୁଇଟି ପ୍ରଶାସନିକ କାର୍ଯ୍ୟାଳୟ ଏବଂ ପରିଚାଳନା କରିବା ପାଇଁ ଜଣେ ଜଣେ ଅଧିକାରୀ, ଅମଲା ଓ ପିଅନ୍ ଆଦିଙ୍କୁ ନିଯୁକ୍ତି ଦିଆଯିବ। ବିଶ୍ବବିଦ୍ୟାଳୟର ଆଗାମୀ ଭବିଷ୍ୟତ ପାଇଁ ଏହି ଦୁଇଟି ସେବା ମୂଳକ ସଂସ୍ଥାର କାର୍ଯ୍ୟାଳୟ ଖୋଲାଯିବା ଅତ୍ୟନ୍ତ ଜରୁରୀ ବୋଲି ବହୁ ଶିକ୍ଷାବିତ୍ କହିଛନ୍ତି। ବିଭିନ୍ନ କଲେଜରେ ଥିବା ଏନଏସଏସ୍ଓ ୱାଇଆରସି ସଂଯୋଜକ, ପରାମର୍ଶଦାତା ମାନେ ବିଭିନ୍ନ ତାଲିମ ଓ ପ୍ରଶିକ୍ଷଣ  ସହ ବିଭିନ୍ନ କାଗଜପତ୍ର କାମ ପାଇଁ ବ୍ରହ୍ମପୁର ଅଯଥାରେ ଖର୍ଚ୍ଚାନ୍ତ ଓସମୟ ଅପଚୟ କରି ଯାଉଛନ୍ତି। ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଏହା ଆରମ୍ଭ ହେଲେ ଖର୍ଚ୍ଚ ଓ ସମୟ ବଂଚିବା ସହ ବିଶ୍ବବିଦ୍ୟାଳୟ ରେକର୍ଡରେ  ସକାରତ୍ମକ ଚିତ୍ର ରହି ପାରିବ ବୋଲି ଶିକ୍ଷାବିତ୍ ମାନେ କହିଛନ୍ତି। ଏ ଦିଗରେ ପ୍ରଶାସନ, ଲୋକ ପ୍ରତିନିଧି, ବିଧାୟକ, ସାଂସଦ, ବୁଦ୍ଧିଜୀବୀ ମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ଆବଶ୍ୟକ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button