ଓଡିଶା

ଶ୍ରୀମନ୍ଦିର ଅର୍ଥ ଓ ସଂସ୍ଥା ସବ୍‌କମିଟି ବୈଠକ: ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ – bajravana

[ad_1]

ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପାଇଁ ଭକ୍ତଙ୍କଠାରୁ ଆଦାୟ ହେବ ଟଙ୍କା, ଲାଗୁ ହେବ ମାହାଲ ଶୁଳ୍କ, ଚାରିଦ୍ବାରରେ
ଲାଗିବ ଦାନବାକ୍ସ

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ଆରମ୍ଭ ହେବ ଭିଆଇପି ଦର୍ଶନ। ଲାଗୁ ହେବ ପରିମାଣିକ ଦର୍ଶନ ବ୍ୟବସ୍ଥା। ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ସ୍ବତନ୍ତ୍ର ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଏହି ନିଷ୍ପତ୍ତି ନେଇଛି। ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ ମସିହାରୁ ଗର୍ଭଗୃହ ଓ ପରିମାଣିକ ଦର୍ଶନ ବନ୍ଦ ରହିଥିଲା। ୭ ବର୍ଷ ପରେ ପୁଣିଥରେ ଏହାକୁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ପୂର୍ବରୁ ଇଚ୍ଛୁକ ଭକ୍ତମାନେ ଟିକେଟ୍‌ କାଟି ପରିମାଣିକ ଦର୍ଶନ କରୁଥିଲେ। ତେବେ ବନ୍ଦର କିଛି ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ପ୍ରଶାସନ ପରିମାଣିକ ଟିକେଟ୍‌ ଲାଗୁ କରିବାକୁ ଯୋଜନା କରିଥିଲା। ପରିମାଣିକ ଟିକେଟ୍‌ ୬୫ପ୍ରତିଶତ ଅନ୍‌ଲାଇନ୍‌ରେ, ୩୦ ପ୍ରତିଶତ ଅଫ୍‌ଲାଇନ୍‌ରେ ବୁକିଂ କରିବାକୁ ଯୋଜନା କରାଯାଇଥିଲା। ବଳକା ୫ ପ୍ରତିଶତ ଭିଆଇପିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଯୋଜନା ହୋଇଥିଲା। କିନ୍ତୁ ଭକ୍ତଙ୍କ ଦୃଢ଼ ବିରୋଧ ପରେ ୭ବର୍ଷ ହେଲାଣି ଏହି ବ୍ୟବସ୍ଥା ବନ୍ଦ ରହିଥିଲା।

ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପାଇଁ ଭକ୍ତଙ୍କଠାରୁ ଆଦାୟ ହେବ ଟଙ୍କା
ଲାଗୁ ହେବ ମାହାଲ ଶୁଳ୍କ, ଚାରିଦ୍ବାରରେ ଲାଗିବ ଦାନବାକ୍ସ
କର୍ମଚାରୀ ନିଯୁକ୍ତି ପାଇଁ ଆଇନ ବିଭାଗକୁ ଚିଠି ଲେଖିବ ଶ୍ରୀମନ୍ଦିର ପ୍ରଶାସନ

ଅନ୍ୟପଟେ କୋଭିଡ୍‌ ପରଠୁ ବନ୍ଦ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି। କିନ୍ତୁ ଯେଉଁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ, ସେମାନଙ୍କଠାରୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ଅର୍ଥ ଓ ସଂସ୍ଥା ସବ୍‌କମିଟି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଆଜି ପରିମାଣିକ ଦର୍ଶନ ଆରମ୍ଭ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପୁଣିଥରେ ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ଆସିଥିଲା। ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏହି ବ୍ୟବସ୍ଥା ଲାଗୁ ହେବ। ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାରରେ ଦାନବାକ୍ସ ଲଗାଯିବ। ସିଂହଦ୍ବାରରେ ଘଣ୍ଟେଶ୍ବରୀ ମନ୍ଦିର ନିକଟରେ, ପଶ୍ଚିମଦ୍ବାର ୟୁକୋ ବ୍ୟାଙ୍କ ନିକଟରେ, ଉତ୍ତରଦ୍ବାର ଦୀପ କ୍ୟାବିନ୍‌ ନିକଟରେ ଓ ଲକ୍ଷ୍ମୀ ମନ୍ଦିର ପାଖରେ ଏହି ଦାନବାକ୍ସ ଲାଗିବ। ଚାରି ଭକ୍ତ ନିବାସରେ ନୂଆ ଟିଭି ଲାଗିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସେ ଆହୁରି କହିଛନ୍ତି, ପୂର୍ବରୁ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ଶ୍ରୀମନ୍ଦିରର ମାହାଲ ସବୁ ଶୁଳ୍କମୁକ୍ତ କରାଯାଇଥିଲା। ଏବେ ପୁଣିଥରେ ଶୁଳ୍କ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି। ନରେନ୍ଦ୍ର ସଂକଳ୍ପ, ଲୁଣ-ପତ୍ର ମାହାଲ, ରୋଷଦର୍ଶନୀ ମାହାଲ, ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବାବାଦକୁ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟେଣ୍ଡର୍‌ କରାଯିବ। ଟେଣ୍ଡର୍‌ରେ ସ୍ବତନ୍ତ୍ର ଏସ୍‌ଓପି ରହିବ। ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସ୍‌ଓପି ଲାଗୁ ହେବ। ଶ୍ରୀମନ୍ଦିରରେ କାମ କରୁଥିବା ସ୍ଥାୟୀ କର୍ମଚାରୀମାନେ ଆଗରୁ ଚିକିତ୍ସା ଭତ୍ତା ଓ ଔଷଧ ବାବଦକୁ ଖର୍ଚ୍ଚ ପାଉଥିଲେ। ଚିକିତ୍ସା ଭତ୍ତା ବାବଦକୁ ଦରମାର ୦.୬୫ ପ୍ରତିଶତ ଟଙ୍କା କର୍ମଚାରୀମାନେ ପାଉଥିଲେ। ଯେହେତୁ ସମସ୍ତ କର୍ମଚାରୀ ବୀମାଭୁକ୍ତ ହୋଇସାରିଛନ୍ତି, ଚିକିତ୍ସା ଭତ୍ତା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଔଷଧ ଖର୍ଚ୍ଚ ବାବଦକୁ କର୍ମଚାରୀମାନେ ବାର୍ଷିକ ୧୨ହଜାର ଟଙ୍କା ପାଇବେ। ଏଥିସହ ଯେଉଁମାନେ ୨୪ଘଣ୍ଟାରୁ ଅଧିକ ସମୟ ଡାକ୍ତରଖାନାରେ ଚିକିତ୍ସିତ ହେବେ, ସ୍ବାସ୍ଥ୍ୟବୀମାରୁ ସେମାନଙ୍କ ଖର୍ଚ୍ଚ ବହନ କରାଯିବ। ବଜେଟ୍‌ ଉପରେ ବି ଆଲୋଚନା ହୋଇଥିଲା। ଯେଉଁ ଯେଉଁ କ୍ଷେତ୍ରରେ ଯାହା ବ୍ୟୟ ଧାର୍ଯ୍ୟ ହୋଇଥିଲା, ତାହା ୮୦ ଖର୍ଚ୍ଚ ହୋଇସାରିଛି। ସେହି ଅନୁସାରେ ଆୟ ବି ବଢ଼ିଛି। କେବଳ ୟୁନିଫର୍ମ ପଲିସିରେ ସମସ୍ୟା ରହିଥିବାରୁ ମହାପ୍ରଭୁଙ୍କ ଜମିଜମା ବିକ୍ରିରୁ ଯେଉଁ ଆୟ ଲକ୍ଷ୍ୟ ରଖାଯାଇଥିଲା, ତାହା ପୂରଣ ହୋଇପାରିନି। ରାଜସ୍ବ ସେକ୍ସନ୍‌ରେ କର୍ମଚାରୀ ଅଭାବ କାରଣରୁ ଜମିଜମା ବିକ୍ରି ହୋଇପାରିନି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି। ସେହିଭଳି ଶ୍ରୀମନ୍ଦିରରେ ବି ବହୁ କର୍ମଚାରୀ ପଦ ଖାଲି ପଡ଼ିଛି। ଖୁବ୍‌ଶୀଘ୍ର ଓଏସ୍‌ଏସ୍‌ସି ବା ଓଏସ୍‌ଏସ୍‌ଏସ୍‌ସି ଜରିଆରେ ଏହି ପଦ ପୂରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗକୁ ଚିଠି ଲେଖିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button