ଲେକମ୍ୟାନ ଆନନ୍ଦଙ୍କ ପରାମର୍ଶରେ ନୂଆ ରୂପ ପାଇବ ଜଗନ୍ନାଥ ସାଗର: ତାରା – bajravana
[ad_1]
ଜୟପୁର: ଜଗନ୍ନାଥସାଗର ପୁନଃରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ବ୍ରହ୍ମପୁର ବିଏମସିର ଅକ୍ବାଟିକ୍ ୱିଲ୍ଡ ହାର୍ଭେଷ୍ଟିଙ୍ଗ ମେସିନ୍ ଓ ପ୍ରୋକଲିନ୍ ସହଯୋଗରେ ସଂପ୍ରତି ଦୋଳ ସଫା କାମ ଜାରି ରହିଛି। ନିକଟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ନେଇ ଚାଳିଥିବା ସଫେଇର ନିରୀକ୍ଷଣ କରିଥିଲେ। ଲେକ୍ ମ୍ୟାନ୍ ଅଫ ଇଣ୍ଡିଆ ଆନନ୍ଦ ମାଲ୍ଲୀ ଗାଭଡ୍ ଙ୍କ ମାର୍ଗଦର୍ଶନରେ ସାଗର ନୂଆ ରୁପ ପାଇବ ବୋଲି କହିଛନ୍ତି ବିଧାୟକ।
ସୂଚନା ଅନୁଯାୟୀ, ଗତ ଜୁନ୍ ୭ତାରିଖ ଦିନ ଲେକ୍ ମ୍ୟାନ୍ ଅଫ ଇଣ୍ଡିଆ ଆନନ୍ଦ ମାଲ୍ଲୀ ଗାଭଡ୍ ସାଗରର ତଦାରଖ କରିଥିଲେ। ୨ଟି ଉପାୟରେ ସାଗରକୁ ବଂଚାଇ ହେବ ବୋଲି ବି ପ୍ରସ୍ତାବ ଦେଇଥିଲେ। ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଦଳ କାଡ଼ିବାରେ ଖର୍ଚ୍ଚ କରିବା ବଦଳରେ ଆମ ପୋଖରୀ ଯୋଜନାରେ ସାମିଲ କରି ଏକା ସାଙ୍ଗରେ ଲେକ୍ ମ୍ୟାନ୍ ଅଫ ଇଣ୍ଡିଆ ଆନନ୍ଦଙ୍କ ପ୍ରସ୍ତାବ କ୍ରମେ ୧୦ରୁ ୧୨କୋଟି ଖର୍ଚ୍ଚ କରି ସଂପୁର୍ଣ୍ଣ ପୁନଃରୁଦ୍ଧାର କରାଯିବାକୁ ସେ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ କ୍ରମେ ସଂପ୍ରତି ଦୋଳ ସଫା ଚାଳିଛି ବୋଲି ବିଧାୟକ ସୂଚନା ଦେଇଥିଲେ। ସମସ୍ତ ତୁଟର ପୁନଃରୁଦ୍ଧାର ଓ ସଫା ସୁତରା କରାଯିବ, ପାଣି ସଫା ଥିବାରୁ କାର୍ତ୍ତିକ ପୁର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ସାଗରରେ ସବୁ ଆରମରେ କରି ପାରିବେ ବୋଲି ବିଧାୟକ କହିଛନ୍ତି।
ରାଜ୍ୟସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ମିଳିଛି ୨କୋଟି । ସେଭଳି ହାଲ୍ କୋଟିଏ ଟଙ୍କା ଦେଇଥିବା ବେଳେ ବଳକା ୬କୋଟି ଅନୁଦାନ ଦେବ। ଏହା ବାଦେ ନାଳ ପୁନଃରୁଦ୍ଧାର ପାଇଁ ରାଜ୍ୟସରକାର ୬କୋଟି ଦେଇଛନ୍ତି ବୋଲି ବିଧାୟକ କହିଛନ୍ତି। ସାଗର ସହରବାସୀଙ୍କ ସ୍ବାଭିମାନ ଓ ଆତ୍ମା। ତାକୁ ବଂଚାଇବାକୁ ପଡ଼ିବ ବୋଲ କହିଛନ୍ତି ବିଧାୟକ। ତେଣୁ ପୁର୍ନବାର ଆନନ୍ଦଙ୍କୁ ଡକାଯାଇଛି। ସଂପ୍ରତି ଦୋଳ ସଫା ପରେ ସେ ଆରମ୍ଭ କରିଥିବା ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟକୁ ନେଇ ସେ ବୁଝାଇବେ। ଏବଂ ସାଗରରୁ ଦୋଳ ସଫା ହୋଇଥିବା ବେଳେ ଜଳନିଷ୍କାସନ ଓ ପଙ୍କ ଉଦ୍ଧାର ଆଦି କରାଯିବା ପରେ ଦୀର୍ଘ ମିଆଦି ଭାବେ ପାଣି ସଫା ହୋଇ ରହିବା ପାଇଁ ଥିବା ଉପାୟକୁ ଅବଲମ୍ବନ କରାଯିବ ବୋଲି କହିଛନ୍ତି ବିଧାୟକ। ସାଗରର ତୁରନ୍ତ ପୁନଃରୁଦ୍ଧାର ନିହାତି ଭାବେ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
[ad_2]