ଅପରାଧ

ମହିଳାଙ୍କ ବେକରୁ ସୁନା‌ଚେନ୍ ଝାମ୍ପିନେଲେ ତିନି ଦୁର୍ବୃତ୍ତ  – bajravana

[ad_1]

ଜୟପୁର: ସ୍ଥାନୀୟ ପ୍ରସାଦରାଓ ପେଟା ଚତୁର୍ଥ ଲେନର ଭି.ଜୟଲକ୍ଷ୍ମୀଙ୍କ ବେକରୁ ପ୍ରସାଦରାଓ ପେଟା କୁମ୍ଭାରସାହି ଛକରୁ ତିନି ଜଣ ଦୁର୍ବତ୍ତ ସୁନା‌ ଚେନ୍ ଲୁଟି  ନେଇଥିବ‌ା ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରୀ ରହିଛି।

ମିଳିଥିବା ସୂଚନା ଅନୁଯାୟୀ,  ଟାଉନଥାନା ଅର୍ନ୍ତଗତ ପ୍ରସାଦରାଓ ପେଟା ଚତୁର୍ଥ ଲେନର ଭି.ଜୟଲକ୍ଷ୍ମୀଙ୍କ ଘରକୁ ତାଙ୍କ ବିବାହିତ ଝିଅ ବୁଲିବାକୁ ଆସିଛନ୍ତି। ଝିଅ ତାଙ୍କ ଶ୍ବଶୁର ଘରକୁ ନେବା ପାଇଁ ମିଠା ବରାଦ ଦେବାକୁ ଜୟଲକ୍ଷ୍ମୀ କୁମ୍ଭାର ସାହି ଯାଇ‌ ଫେରୁଥିଲେ। ପ୍ରସାଦରାଓ ପେଟା କୁମ୍ଭାରସାହି ଛକ ନିକଟରେ ତିନି ଜଣ ଦୁର୍ବତ୍ତ ଗୋଟିଏ ବାଇକରେ ତାଙ୍କୁ ଅତିକ୍ରମ କରିଥିଲେ। ସେମାନେ ତାଙ୍କ ବେକରୁ ଅତି ସନ୍ତର୍ପଣର ସହ ସୁନା‌ ଚେନ୍ ଟାଣି ନେଇଥିଲେ। ସେ ଏସଂପର୍କରେ ଜାଣିବି ପାରି ନଥି‌ଲେ। ତାଙ୍କୁ ଅତିକ୍ରମ କରିବା ସମୟରେ ଉକ୍ତ ବାଇକରେ ବସିଥିବା ଦୁର୍ବତ୍ତ ମାନେ ତାଙ୍କୁ ସୁନାଚେନ୍ ଦେଖାଇଥିଲେ। ଏହା ପରେ ସେ ଜାଣି ପାରି ଚିଲ୍ଲେଇଥିଲେ। ତେବେ ଦ୍ରୁତଗତିରେ ଏମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ୪ତୋଳାର ସୁନାଚେନ୍ ଲୁଟ୍ ହୋଇଥିବା ଜୟଲକ୍ଷ୍ମୀ କହିଛନ୍ତି। ଜୟଲକ୍ଷ୍ମୀ ଏ ନେଇ ଟାଉନଥାନାକୁ ସୂଚନା ଦେବା ପରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ଏସ୍ ଆଇ ବିଷ୍ଣୁଚରଣ ବେହେରା, ଏଏସଆଇ ବିଷ୍ଣୁ ମାଡକାମୀ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିଲେ। ଆଖ ପାଖ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ପୁଲିସ ତଦନ୍ତ ଜାରୀ ରହିଛି। ଅତିଶୀଘ୍ର ଅଭିଯୁକ୍ତ ମାନେ ଧରା ପଡ଼ିବେ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button