ଅପରାଧ

ଧସ୍ତାଧସ୍ତିରେ ୬ ମହଲାରୁ ପଡ଼ି ମୃତ୍ୟୁ: ଖାଇବା ଟଙ୍କାକୁ ନେଇ ହୋଇଥିଲା ଗଣ୍ଡଗୋଳ, ଅଭିଯୁକ୍ତ ଗିରଫ – bajravana

[ad_1]

ଭୁବନେଶ୍ବର: ରାଖି ପୂର୍ଣ୍ଣିମାରେ ରାଜଧାନୀରେ ରକ୍ତଛିଟା। ତା’ ପୁଣି ସପ୍ତମ ବାଟାଲିଅନ୍ ଭିତରେ। ଗଣ୍ଡଗୋଳ, ଧସ୍ତାଧସ୍ତି ପରେ ଜଣେ ରାଜମିସ୍ତ୍ରି ୬ ମହଲା ଛାତରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ତୁରୁମଙ୍ଗା ଅଞ୍ଚଳର କୁମ୍ଭକାର ନାୟକ ଓରଫ୍ ବାବୁ। ଘଟଣାର ଅଭିଯୁକ୍ତ ଢେଙ୍କାନାଳ ଅଞ୍ଚଳର ବିଜୟ ହେମ୍ବ୍ରମକୁ ପୁଲିସ ଗିରଫ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମୈତ୍ରୀବିହାର ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ କିଛି ନମୁନା ସଂଗ୍ରହ କରି ଫୋରେନସିକ୍ ଲାବରେଟୋରିକୁ ପଠାଇଛି। ଏହି ଘଟଣାରେ ସପ୍ତମ ବାଟାଲିଅନ ପରିସରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ସପ୍ତମ ବାଟାଲିଅନରେ ଏବେ ନିର୍ମାଣ କାମ ଚାଲିଛି। ଠିକାଦାରଙ୍କ ଅଧୀନରେ ମୃତକ କୁମ୍ଭକାର, ଅଭିଯୁକ୍ତ ବିଜୟ ଓ ଅନ୍ୟ ଦୁଇ ଜଣ ସେଠାରେ କାମ କରୁଥିଲେ। ସମସ୍ତେ ନିର୍ମାଣାଧୀନ କୋଠାର ୫ ମହଲାରେ ରହୁଥିଲେ। ସମସ୍ତେ ମିଶି ରୋଷେଇ କରନ୍ତି। ଏଥିପାଇଁ ସମସ୍ତେ ଟଙ୍କା ଦିଅନ୍ତି। କୁମ୍ଭକାର ଏହାକୁ ବୁଝାବୁଝି କରୁଥିଲେ। ଗତକାଲି ରାତିରେ ଖାଇବା ଟଙ୍କାକୁ କେନ୍ଦ୍ର କରି ବିଜୟ ପାଟିତୁଣ୍ଡ କରିଥିଲା। ଏପରିକି କୁମ୍ଭକାରଙ୍କ ସହ ତା’ର ଧସ୍ତାଧସ୍ତି, ମାରପିଟ୍ ମଧ୍ୟ ହୋଇଥିଲା। ବିଜୟ ପାଟିତୁଣ୍ଡ କରିବାରୁ କୁମ୍ଭକାର ଓ ଅନ୍ୟ ଦୁଇ ଜଣ ସାଥୀ ଶ୍ରମିକ ଷଷ୍ଠ ମହଲାକୁ ପଳାଇଥିଲେ। କିନ୍ତୁ ବିଜୟ ଉପରକୁ ଯାଇ ପୁଣି ପାଟିତୁଣ୍ଡ କରିବା ସହ ମାଡ଼ ମାରିବାକୁ ଉଦ୍ୟତ ହେଉଥିବା ବେଳେ କୁମ୍ଭକାର ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ତାଙ୍କର ହାତ, ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଛି। ଯକୃତ ଫାଟି ଯାଇଥିବାବେଳେ ପଞ୍ଜରା ହାଡ଼ ଭାଙ୍ଗି ଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସାଥୀ ଶ୍ରମିକଙ୍କ ବୟାନ ରେକର୍ଡ କରିଛି। ଏ ସଂକ୍ରାନ୍ତରେ ଆଇପିସି ଦଫା-୩୦୪ (ହତ୍ୟା ଉଦ୍ଦେଶ୍ୟ ନୁହେଁ କିନ୍ତୁ ମୃତ୍ୟୁ ପାଇଁ ଦାୟୀ)ରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ବିଜୟକୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button