ଓଡିଶା

ଶିକ୍ଷକଙ୍କ ମାଡ଼ରେ ୪ ବର୍ଷ ଶିଶୁର ଗୋଡ଼ ଭାଙ୍ଗିଲା – bajravana

[ad_1]

ରାଉରକେଲା: ଶିକ୍ଷକ ହେଉଛନ୍ତି ବିଦ୍ୟାଳୟ ରୂପି ମନ୍ଦିରର ପୂଜାରୀ। ଛାତ୍ରର ସର୍ବାଙ୍ଗୀନ ଉନ୍ନତୀ ଶିକ୍ଷକଙ୍କର କାମ। ଛାତ୍ରର ସଫଳତାରେ ଶିକ୍ଷକ ଖୁସି ହୁଅନ୍ତି। କିନ୍ତୁ ଆଜିକାଲି ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଜଣେ ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ଗୋଡ ଭାଙ୍ଗିଯାଇଛି। ଶିଶୁଙ୍କୁ ପ୍ରଥମେ ଲହୁଣିପଡା ଡାକ୍ତରଖାନା ଓ ପରେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମିତି ଅଭିଯୋଗ ଆସିଛି ଲହୁଣିପଡା ଥାନା ଅନ୍ତର୍ଗତ ସୁଖପାଲିରୁ।

ସୂଚନା ଅନୁସାରେ ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଚାନ୍ଦିଲି ଉଚ୍ଚବିଦ୍ୟାଳୟର ଜଣେ ଶିକ୍ଷକ ଅଧିକ ଅର୍ଥ ଉପାର୍ଜନ ପାଇଁ ଟ୍ୟୁସନ୍‌ କରନ୍ତି। ସୁଖପାଲି ଗାଁର ଚାରିବର୍ଷର ଶିଶୁ ସେଠାକୁ ଟ୍ୟୁସନ୍‌ ହେବାକୁ ଯାଉଥିଲେ। କୌଣସି କାରଣରୁ ଶିକ୍ଷକ ହଠାତ୍‌ ରାଗିଯାଇ ଛାତ୍ରଙ୍କୁ ଟେକି ତଳେ କଚାଡ଼ି ଦେଇଥିଲେ। ଫଳରେ ଛାତ୍ରଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ପରିବାର ଲୋକ ଲହୁଣିପଡା ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଛାତ୍ରଙ୍କୁ ରାଉରକେଲାକୁ ଆରିଛନ୍ତି। ଘଟଣା ପରେ ଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button