ଓଡିଶା

‌ଜଳଖିଆ ଦୋକାନରେ ବସିଥିଲେ ପୌର କର୍ମଚାରୀ, ପିଟିପିଟି ଜୀବନ ନେଲେ ଦୁର୍ବୃତ୍ତ – bajravana

[ad_1]

ପୁରୀ: ଜଳଖିଆ ଦୋକାନରେ ବସିଥିବା ବେଳେ ଜଣେ ପୌର କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ପୌର କର୍ମଚାରୀଙ୍କୁ ପିଟିପିଟି ମାରି ଦେଇଛନ୍ତି। ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଲଡୁ ନାୟକ।

ସୂଚନା ଅନୁସାରେ ଲଡୁ ନାୟକ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ କୁମ୍ଭାରପଡ଼ା ଥାନା ଅଧୀନ ଜଟିଆ ବାବାଜୀ ଛକସ୍ଥିତ ଏକ ଜଳଖିଆ ଦୋକାନରେ ବସିଥିଲେ। ଏହି ସମୟରେ ୩ରୁ ୪ ଜଣ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। କୌଣସି କାରଣକୁ ନେଇ ସେମାନେ ଲଡୁ ନାୟକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ଦୁର୍ବୃତ୍ତମାନେ ଜଟିଆଙ୍କୁ ଲୁହା ରଡ଼ ଓ ପାଇପରେ ନିସ୍ତୁକ ପିଟିଥିଲେ। ଜଟିଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ।

ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button