ଓଡିଶା

ବଜ୍ରପାତ ନେଲା ୧୨ ଜୀବନ, ୧୪ ଆହତ: ଏସ୍‌ଆରସି – bajravana

[ad_1]

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍‌ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (ଏସ୍‌ଆରସି)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏସ୍‌ଆରସି ତରଫରୁ କୁହାଯାଇଛି ଯେ, ବଜ୍ରପାତ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି। ବଲାଙ୍ଗୀରରେ ୨ ଜଣ, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର ଓ ପୁରୀରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବ।

ସେହିପରି ବଲାଙ୍ଗୀରରେ ୮, ଖୋର୍ଦ୍ଧାରେ ୩, କଟକ, ଅନୁଗୁଳ ଓ ଗଂଜାମରେ ଜଣେ ଲେଖାଏଁ ଲୋକ ଆହତ ହୋଇଛନ୍ତି। ବଜ୍ରପାତରେ ଗଜପତି ଜିଲ୍ଲାରେ ୬ ଓ କନ୍ଧମାଳରେ ୨ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଉତ୍ତର-ପୂର୍ବ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button