ଲେପ୍ରା ସୋସାଇଟି କାର୍ଯ୍ୟାଳୟରେ ‘ଜୋତା ୟୁନିଟ’ ଉଦ୍ଘାଟିତ – bajravana
[ad_1]
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ଗଢଠାରେ ଥିବା ଲେପ୍ରା ସୋସାଇଟି କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଓ ଏଫସି ପ୍ରହଲ୍ଲାଦ ମଙ୍ଗରାଜଙ୍କ ପରିଚାଳନାରେ ନୂତନ ‘ଜୋତା ୟୁନିଟ’ ଉଦ୍ଘାଟିତ ହୋଇଯାଇଛି । ଏହାଦ୍ବାରା ଲେପ୍ରା ଓ ଫାଇଲେରିଆ ରୋଗୀମାନଙ୍କୁ ମାଗଣାରେ ଜୋତା ତିଆରି କରାଯାଇପାରିବ। ଏଥିରେ ମୁଖ୍ୟ ଅତିଥି ଭାବେ ଏଡିପିଏଚ୍ଓ ଭିବିଡି ମୟୂରଭଞ୍ଜ ଡାକ୍ତର ବନମାଳୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏଡିପିଏଚ୍ଓ ଲେଫ୍ ଡାକ୍ତର ଶାନ୍ତନୁ ଦାସ, ଲେଫ୍ କନସଲଟେଣ୍ଟ ପ୍ରକାଶ କୁମାର ପାତ୍ର, ଏଫଏଲଏ ଗୋପବନ୍ଧୁ ଗିରି ଓ ବିଏନଏଲଡ୍ବୁ ସୋନୟାସି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି କହିଲେ କୁଷ୍ଠରୋଗ ପୂର୍ବରୁ ଭୟାବହ ରୋଗ ଥିଲା। ବର୍ତ୍ତମାନ ସରକାରଙ୍କ ଦ୍ବାରା ଫାଇଲେରିଆ ଓ କୁଷ୍ଠରୋଗୀମାନେ ଲାଭ ପାଇପାରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଲେପ୍ରା ସୋସାଇଟିରେ ୪ଟି ବ୍ଲକ ଯଥା ବହଳଦା, ତିରିଂ, ବାଦାମପାହାଡ଼ ଓ ଗୋରୁମହିଷାଣୀରେ କାମ କରୁଛନ୍ତି ସେମାନେ ଗାଁ ଗାଁ ଯାଇ ଲୋକମାନଙ୍କୁ ସଚେତନ କରାଯାଉଛି। କୁଷ୍ଠରୋଗୀ ଓ ଫାଇଲେରିଆ ରୋଗୀମାନଙ୍କୁ ଜୋତା ଦିଆଯିବା ସହ ଲେପ୍ରା ସୋସାଇଟି ଦ୍ବାରା ହାଇଡ୍ରୋସିଲ ଅସ୍ତ୍ରପଚାର କରାଯାଉଛି। ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ଆଦିବାସୀ ବହୁଳ ରାଇରଙ୍ଗପୁର ଅଞ୍ଚଳରେ କୁଷ୍ଠରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଔଷଧ କିଟ୍ ଓ ମାଗଣା ଜୋତା ଏଠାରେ ପାଇପାରିବେ ।
ଏହିଭଳି କାର୍ଯ୍ୟକ୍ରମ ଅନ୍ୟାନ୍ୟ ବ୍ଲକ୍ ମାନଙ୍କରେ ମଧ୍ୟ ହେବା ଉଚିତ। ଅନ୍ୟାନ୍ୟ ଅତିଥିବୃନ୍ଦ ଏହି ଲେପ୍ରା ସୋସାଇଟିର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ଶେଷରେ ସଂସ୍ଥାର ପ୍ରହଲ୍ଲାଦ ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଠା ଜାରି ରଖିବେ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ଦୀପକ କୁମାର ପାତ୍ର, ଅମ୍ବବତୀ ଦଳେଇ,କମଳ ଲୋଚନ ସେଠୀ, ସୁକୁମତୀ ହେମ୍ବ୍ରମ, ଡୁମୁନୀ ମାର୍ଣ୍ଡି, ଉପେନ୍ଦ୍ର ସର୍ଦ୍ଦାର, ଜଗତବନ୍ଧୁ ସେଠୀ, ମଧୁସୂଧନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]