ଓଡିଶା

ଯାଜପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଧାରଣା ଦେଲେ ସରପଞ୍ଚ – bajravana

[ad_1]

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ପାଲଟପୁର ସରପଞ୍ଚ ଲିପିକା ମଲ୍ଲିକ ଧାରଣା ଦେଇଛନ୍ତି। ସେ ଆଜି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭାରତ ଚନ୍ଦ୍ର ପରିଡ଼ାଙ୍କ ସହିତ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଯାଇଥିଲେ। ଏହି ସମୟରେ ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ ଆପଣମାନେ ଅଯଥା ଓ ମିଥ୍ୟା ଅଭିଯୋଗ ବାରମ୍ବାର ଆଣୁଛନ୍ତି। ଏଣୁ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ଅଭିଯୋଗକାରୀମାନେ ଅଭିଯୋଗ ଶୁଣାଣି ସଭା ଗୃହରେ ଧାରଣାରେ ବସିରହିଥିଲେ। ଏଣୁ କିଛି ସମୟ ପାଇଁ ପରିସ୍ଥିତି ଅସ୍ୱାଭାବିକ ରହିଥିଲା।

ସରପଞ୍ଚ ଲିପିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବେହୁରିଆଙ୍କୁ ମଲିକ ଆହ୍ୱାନ ଦେଇଥିଲେ ଯଦି ଆମ ଅଭିଯୋଗ ମିଥ୍ୟା ହୋଇଥିବ। ତେବେ ମୁଁ ସରପଞ୍ଚ ପଦବି ଛାଡ଼ିଦେବି, ଯଦି ଅଭିଯୋଗ ସତ୍ୟ ହୋଇଥିବ ଆପଣ ପିଡି ପଦବି ଛାଡ଼ିବେ ତ? ଏଣୁ ପରିସ୍ଥିତି ଅଣଆୟତ ହେବାରୁ ପିଡି ଶୁଣାଣି ଛାଡି ଉଠିଯାଇଥିଲେ। ଏହାପରେ ବିଡ଼ିଓ ଆକାଶ ପଟ୍ଟନାୟକ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ବନ୍ଦ ହୋଇଥିଲା।

ସୂଚନାଥାଉକି ପାଲଟପୁର ପଂଚାୟତରେ ଚଳିତ ବର୍ଷ ପଂଚାୟତକୁ ୧୫୦ ଜଣଙ୍କୁ ଆବାସ ପାଇଁ କାର୍ଯ୍ୟାଦେଶ ଦେଇଥିବାବେଳେ ୬ଜଣଙ୍କୁ ଆବାସ ମିଳିଥିଲା। କିନ୍ତୁ ୫୪  ଜଣଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ପଂଚାୟତରେ ଆହୁରି ମାଟି ଛଣ ଛପର ଘର ରହିଥିବାବେଳେ ସେମାନଙ୍କ ନାମ ତାଲିକାରେ ନହିଁ। ଏହାଛଡା ୧୫ ବର୍ଷ ପରେ ସ୍ୱଜଳଧାର ପ୍ରକଳ୍ପରୁ ୩ ୱାର୍ଡରେ ଲୋକ ପାଣି ପାଉଥିବାବେଳେ ଅନ୍ୟ ୯ୱର୍ଡ ପାଇଁ ପାଣି ଏଯାବତ ପାଇପାରିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button