ମାଲକାନଗିରି ଜିଲ୍ଲାରୁ ବିପୁଳ ମାଓସାମଗ୍ରୀ ଜବତ – bajravana
[ad_1]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ପକ୍ଷରୁ ଆଜି ସର୍ଚ୍ଚ ଅପରେସନ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓସାମାଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଓ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ସ୍ଥାନରୁ ବିସ୍ଫୋରକ ଜବତ ହୋଇଥିବା ବିଏସଏଫ ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ବିଏସଏଫ୍ ୧୪୨ ବାଟାଲିଆନ ପକ୍ଷରୁ କାଲିମେଳା ବ୍ଲକ ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ଗମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିଲା। ମାରିଗେଟା ଓ ଟେକଗୁଡା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରୁ ମାଓ ଡମ୍ପକୁ ଠାବ କରିଥିଲେ। ସେଠାରୁ ୨ ଲିଟର ବିଶିଷ୍ଟ ୩ଟି ଟିଫିନ୍ ଆଇଇଡି ବୋମା, ଦୁଇଟି ଦେଶୀ ବନ୍ଧୁକ, ୧୦୧ଟି ଜିଲେଟିନ୍ ଷ୍ଟିକ୍ ଓ ୨ଟି ଇଲେକ୍ଟ୍ରି ଡିଟୋନେଟେର ଠାବ କରିଥିଲେ। ସେହିପରି ବିଏସଏଫ୍ ୧୭୭ ବାଟାଲିଆନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ ଥାନା ଅନ୍ତର୍ଗତ ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ମାଓ ଡମ୍ପ ଠାବ କରାଯାଇଛି। ସେଠାରୁ ମାଟି ତଳେ ପୋତାଯାଇଥିବା ବହୁ ମାତ୍ରାରେ ବିସ୍ଫୋରକକୁ ଜବତ କରିଛନ୍ତି। ସେଠାରେ ଗୋଟିଏ ଟିଫିନ ବୋମା, ୨ ଟି ଆଇଇଡି ବୋମା, ୬ଟି ଜିଲେଟିନ୍ ଷ୍ଟିକ୍ ଓ ୩୦ ମିଟର ତାରକୁ ଜବତ କରିଛନ୍ତି। ବୋମାଗୁଡିକୁ ନିଷ୍କ୍ରିୟକାରୀ ଦଳ ଦ୍ବାର ନିଷ୍କ୍ରିୟ କରାଯାଇଛି। ଏଥିସହ ଉଭୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ବିଏସଏଫ ପକ୍ଷରୁ ସୂଚନା ମିଳିଛି।
[ad_2]