ଓଡିଶା

ଚାଷୀ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା: ରାଜପଥରେ ମୃତଦେହ ରଖି ଆନ୍ଦୋଳନ, ଅଟକିଲା ଶତାଧିକ ଯାନବାହନ – bajravana

[ad_1]

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକେ ତାତିଛନ୍ତି। ଆଜି ଦିନ ୧୨ଟା ପରଠାରୁ ବନ୍ତଳା ଛକରେ ତଳଗଡ଼ ଗାଁର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ବନ୍ତଳା ରେଂଜର ନୀଳାଦ୍ରି ନାଥ ସାହୁ ଓ ଅନୁଗୁଳ ଏସ୍‌ସିଏଫ୍‌ କୃଷ୍ଣଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ନାହିଁ। ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଲୋକଙ୍କ ସହିତ ଆଲୋଚନା କରି ନଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଘଟଣାସ୍ଥଳକୁ ଅନୁଗୁଳ ଜିଲ୍ଲାପାଳ ଓ ଅନୁଗୁଳ ଡିଏଫ୍‌ଓ ଆସି ଘଟଣାସ୍ଥଳକୁ ଆଲୋଚନ ପାଇଁ ଆସନ୍ତୁ।

ବନ୍ତଳା ଛକରେ ବିଜେପି ନେତା ତଥା ପ୍ରାକ୍ତନ ରାଜ୍ୟ ସଭା ସଦସ୍ୟ ରୁଦ୍ର ନାରାୟଣ ପାଣିଙ୍କ ସମେତ ପ୍ରାୟ ୨୦୦୦ ଲୋକ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଏହି କାରଣରୁ ପୁରୁଣା ସମ୍ବଲପୁର-କଟକ ପୁରୁଣା ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଛି। ଆନ୍ଦୋଳନ ନେଇ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଆଲୋଚନା ପରେ ଯାଇ ରାସ୍ତା ଅବରୋଧ ହଟିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମର ଛବିଳ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ଆଜି ସକାଳେ ଗାଁ ନିକଟରେ ଥିବା ବାଇଗଣ ବଗିଚାକୁ କାମ କରିବାକୁ ଯାଇଥିଲେ। ତେବେ ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଏଥିରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀ ଛବିଳଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଏହା ପୂର୍ଅବରୁ ଗତ ୨୪ ତାରିଖରେ ଦନ୍ତାହାତୀ ଆକ୍ରମଣରେ ସେଦିନ ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ(୪୨) ଓ ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ(୬୨)ଙ୍କର ମୃତ୍ୟୁ ଘଟିଥିବା ବେଳେ ସାହାରାଗୁଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଗୁରୁତର ଅକ୍ଷୟ ନାଏକଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ବନ ବିଭାଗ ଚିକିତ୍ସା ଖର୍ଚ୍ଚ ନଦେବାରୁ ସ୍ଥାନୀୟ ଜନତା ଉତ୍ତେଜିତ ଦେଖାଯାଇଛଥିଲେ। ସେମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ବନ୍ତଳା ଛକରେ ବନ ବିଭାଗ ବିରୋଧରେ ଟାୟାର ଟାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button