ଓଡିଶା

ହକି ଷ୍ଟାଚ୍ୟୁ ଉଭାନ୍‌: ଖଣ୍ଡଖଣ୍ଡ କରି ବୋହିନେଲେ – bajravana

[ad_1]

ରାଉରକେଲା: ସାମାନ୍ୟ ପବନରେ ଭାଙ୍ଗିଥିବା ବିଶାଳ ହକି ପ୍ରତିକୃତି (ଷ୍ଟାଚ୍ୟୁ) ୨ ମାସରୁ ଅଧିକ ପାର୍କରେ ପଡ଼ି ରହିବା ପରେ ତାକୁ ରାତିଅଧିଆ ଖଣ୍ଡଖଣ୍ଡ କରି କାଟି ଗାଏବ କରି ଦିଆଯାଇଛି। ପ୍ରଥମେ ଷ୍ଟାଚ୍ୟୁକୁ ରାତିଅଧିଆ ମରାମତି କରି ଛିଡ଼ା କରିବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଉକ୍ତ ପ୍ରୟାସରେ ବିଫଳ ହେବା ପରେ ଏବେ ରାତାରାତି ବିଶାଳ ହକି ଖେଳାଳି ପ୍ରତିକୃତିକୁ ଗାଏବ କରି ଦିଆଯାଇଛି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କଲେ ବି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କର୍ତ୍ତୃପକ୍ଷ ଧରାଛୁଆଁ ଦେଉ ନାହାନ୍ତି।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗେଟ୍‌ ନମ୍ବର-୨କୁ ଯିବା ରାସ୍ତାରେ ପ୍ରାୟ ଅଧା ଏକର ଜମିରେ ସ୍କ୍ରାପ୍‌ ଲୁହାରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ଷ୍ଟାଚ୍ୟୁ ସମେତ ପାର୍କ ନିର୍ମାଣ କରାଯାଇଥିଲା। ଷ୍ଟାଚ୍ୟୁ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିଲା। ଜୁନ ୧୧ ତାରିଖ ଦିନ ପ୍ରାୟ ୧.୧୫ ମିନିଟ୍‌ରେ ସାମାନ୍ୟ ପବନରେ ଏହି ଷ୍ଟାଚ୍ୟୁ ଟଳି ପଡ଼ିଥିଲା। ତା ପରଦିନ ଆର୍‌ଏମ୍‌ସି ପକ୍ଷରୁ ସ୍ଥାନୀୟ ଛେଣ୍ଡ୍ ଥାନାରେ କେହି ଦୁର୍ବୃତ୍ତ ଷ୍ଟାଚ୍ୟୁ ଗୋଡ଼କୁ କାଟି ଦେଇଥିବା ନେଇ ଏତଲା ଦିଆଯାଇଥିଲା। ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ମରାମତି କରିବାରେ ଅସଫଳ ହେବାରୁ ଷ୍ଟାଚ୍ୟୁଟି ସେଠାରେ ହିଁ ପଡ଼ିରହିଥିଲା। ଇତି ମଧ୍ୟରେ ଏତଲାକୁ ୭୦ ଦିନରୁ ଅଧିକ ହେଲାଣି। କିନ୍ତୁ ତଦନ୍ତରୁ କିଛି ମିଳିଲା ନାହିଁ। ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟି ଦେବା କଥାକୁ ସହରବାସୀ ସହଜରେ ଗ୍ରହଣ କରିପାରି ନଥିଲେ। ଏମିତିକି କଂଗ୍ରେସ ପକ୍ଷରୁ ଭିଜିଲାନ୍ସରେ ଏତଲା ଦିଆଯାଇଥିବାବେଳେ ବିଜେପି ଉପଯୁକ୍ତ ତଦନ୍ତ ଦାବି କରିଥିଲା।

ବେଶ୍‌ କିଛି ଦିନ ଧରି ଘଟଣା ଚର୍ଚ୍ଚାର ପରିସର ଭିତରେ ଥିବାରୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଥିଲେ। ତେବେ ମାମଲା ସାମାନ୍ୟ ଶାନ୍ତ ପଡ଼ିବାରୁ ଏଠାରେ ପୁନରୁଦ୍ଧାର ଯୋଜନା ଆରମ୍ଭ ହୋଇଯାଇଥିଲା। ଆର୍‌ଏମ୍‌ସି ପକ୍ଷରୁ ବିଳମ୍ବିତ ରାତିରେ ମୂର୍ତ୍ତି ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଥିଲା। ଏମିତିକି ମୂର୍ତ୍ତିକୁ ଖଣ୍ଡବିଖଣ୍ଡିତ କରି ସ୍ଥାନାନ୍ତର କରିବାକୁ ଗତ ୧୯ ତାରିଖରେ ଏକ କ୍ରେନ୍‌ ପାର୍କରେ ପଶିଥିଲା। ତେବେ ତା ପରଦିନ, ଅର୍ଥାତ୍‌ ଅଗଷ୍ଟ ୨୦ ରାତିରେ ମୂର୍ତ୍ତିକୁ ବହୁ ଖଣ୍ଡକରି କାଟି ବାଗୁଡ଼ିବସ୍ତି ଷ୍ଟକୟାର୍ଟକୁ ବୋହି ନିଆ ଯାଇଥିଲା। ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ଏହି ଷ୍ଟାଚ୍ୟୁର ଅଂଶ ଗୁଡ଼ିକୁ ରଖା ଯାଇଛି। ସମସ୍ତ ପ୍ରକ୍ରିୟା ଅତି ଗୋପନୀୟ ଭାବେ ରାତିଅଧିଆ କରାଯାଇଥିବାରୁ କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button