ଓଡିଶା

ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢ଼ିବି: ବିଧାୟକ – bajravana

[ad_1]

ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ ଭାଜପାର ବିକ୍ଷୋଭ ପ୍ରଦର୍ଶନ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଡାକ୍ତରଖାନାର ଉନ୍ନତୀକରଣ ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ପ୍ରତାରଣା ସହିତ ହଜାର ହଜାର ଅଞ୍ଚଳବାସୀଙ୍କ ବୃହତ୍ତର ସାମୁହିକ ସ୍ୱାର୍ଥକୁ ଅଣଦେଖା କରିଆସୁଥିବା ପ୍ରତିବାଦ ତଥା ବୈଶିଙ୍ଗା ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିବର୍ତ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାନ୍ୟତା ନଚେତ ଟ୍ରମାକେୟାର ସେଣ୍ଟର ସ୍ଥାପନ ଦାବିରେ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବୈଶିଙ୍ଗା ଡାକ୍ତରଖାନା ସମ୍ମୁଖରେ ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ, ଶତାଧିକ ଜନସାଧାରଣ ଓ ଭାଜପାର ଦଳୀୟ ନେତୃବୃନ୍ଦ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବର୍ଷବର୍ଷଧରି ଅବହେଳାର ଶିକାର ହୋଇଆସୁଥିବା ବୈଶିଙ୍ଗା ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ତଥା ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରିବାପାଇଁ ବୈଶିଙ୍ଗା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ସହିତ ୧୮ନଂ ଜାତୀୟରାଜପଥ ପାର୍ଶ୍ଵରେ ଥିବାରୁ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ବିଭିନ୍ନ ସମୟରେ ମନ୍ତ୍ରୀ, ରାଜନେତାଙ୍କ ଠାରୁ ଆରମ୍ଭ କରି ସଚିବ, ପଦସ୍ଥ ଅଧିକାରୀମାନଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ପ୍ରତ୍ୟେକଥର ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଆସୁଥିବା ବେଳେ ବାସ୍ତବକ୍ଷେତ୍ରରେ କିନ୍ତୁ ଫଳ ଶୂନ। ଏହିଭଳି ଭାବେ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେବା ଓ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ପ୍ରତିବାଦରେ ଗୁରୁବାର ଶତାଧିକ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା, ଆଞ୍ଚଳିକ ବିକାଶ ପରିଷଦରେ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୈଶିଙ୍ଗା ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସରକାରଙ୍କ ଅପାରଗତା ବିରୋଧରେ ନାରାବାଜି କରିବା ସହିତ ଅଞ୍ଚଳର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶରୀରେ ଜୀବନ ଏବଂ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ବିଧାୟକ ସନାତନ ବିଜୁଳି ନିଜର ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଆଜିର ଏହି ବିକ୍ଷୋଭ ଓ ନାରାବାଜିରେ ପୂର୍ବତନ ଜିଲ୍ଲା ପରିଷଦ ବ୍ରଜମୋହନ ବେହେରା, ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା, ସାଂସଦ ପ୍ରତିନିଧି ପ୍ରଦୀପ ପରିଡାଙ୍କ ସମେତ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସେହିଭଳି ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ପ୍ରଶାନ୍ତ ପଣ୍ଡା, ବିବେକାନନ୍ଦ ପଣ୍ଡା, ସୁଦର୍ଶନ ମହାପାତ୍ର, ଅମୁଲ୍ୟ ପାଣିଗ୍ରାହୀ, ମାଧବୀ ସେନାପତିଙ୍କ ସମେତ ଏକାଧିକ ସଦସ୍ୟ ସଦସ୍ୟା ଓ ଶତାଧିକ ସ୍ଥାନୀୟ ଜନସାଧାରଣ ଭାଜପାର ଏହି ବିକ୍ଷୋଭ ପ୍ରଦର୍ଶନକୁ ସମର୍ଥନ ପୂର୍ବକ ସାମିଲ ହୋଇଥିଲେ। ଆଗାମୀ ଦିନରେ ଉକ୍ତ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଟ୍ରମା କେୟାର ନକରାଗଲେ ଆନ୍ଦୋଳନ ତୀବ୍ର ହେବା ସହିତ ଏହି ଡାକ୍ତରଖାନାକୁ ଭରସା କରୁଥିବା ଲକ୍ଷାଧିକ ସ୍ଥାନୀୟ ଜନତାଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଥିଲେ ବିଧାୟକ ଶ୍ରୀଯୁକ୍ତ ବିଜୁଳି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button