୧୦୦ କୋଟି ଡେଇଁଲା ‘ଓଏମ୍ଜି-୨’ର ବକ୍ସ ଅଫିସ୍ ଆୟ – bajravana
[ad_1]
ମୁମ୍ବାଇ: ଅମିତ ରାୟଙ୍କ ନିର୍ଦ୍ଦେଶିତ ଓ ମାଇଁ ଗଡ୍ ୨ (ଓଏମ୍ଜି-୨) ବକ୍ସ ଅଫିସ୍ରେ ନିଜର ଦବଦବା ଜାରି ରଖିଛି। ସାକ୍ନିଲ୍କ.କମ୍ର ଏକ ରିପୋର୍ଟ ଅନୁସାରେ ଶୁଭମୁକ୍ତିର ୯ ଦିନ ପରେ ଏହାର ବକ୍ସ ଅଫିସ୍ ଆୟ ୧୦୦ କୋଟି ସୀମା ଅତିକ୍ରମ କରିଛି। ଶନିବାର ୧୦.୫ କୋଟି ଟଙ୍କା ଆୟ ପରେ ଏହାର ମୋଟ ବକ୍ସ ଅଫିସ ସଂଗ୍ରହ ୧୦୧.୫୮ କୋଟିରେ ପହଞ୍ଚିଛି। ଏହା ହେଉଛି ୨୦୧୨ର ଅକ୍ଷୟ କୁମାରଙ୍କ ଓଏମ୍ଜିର ଦ୍ବିତୀୟ ଭାଗ। ଏଥିରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।
ମୁକ୍ତିଲାଭ ଦିନ ୧୦.୨୬ କୋଟିରୁ ଶୁଭାରମ୍ଭ କରିଥିବା ଓଏମ୍ଜି-୨ ପ୍ରଥମ ସପ୍ତାହରେ ଥିଏଟରଗୁଡ଼ିକରୁ ୮୫.୦୫ କୋଟି ଟଙ୍କା ଆୟ କରିଥିଲା। ଶୁକ୍ରବାର ଏହା ୬.୦୩ କୋଟି ଆୟ କରିଥିବା ବେଳେ ଶନିବାର ପୁଣି ଦୈନିକ ଆୟସୀମା ୧୦ କୋଟି ଉପରକୁ ଉଠିଥିଲା। ତେବେ ଓଏମ୍ଜି-୨ (ହିନ୍ଦୀ) ଶନିବାର ୪୫.୯୪ ପ୍ରତିଶତ ଦଖଲ ହାସଲ କରିଥିବା ସାକ୍ନିଲ୍କ.କମ୍ ରିପୋର୍ଟ କରିଛି। ଏପର୍ଯ୍ୟନ୍ତ ବିଦେଶରୁ ଏହା ୨୧.୫ କୋଟି ଟଙ୍କା ଅର୍ଜନ କରିଛି।
ଓଏମ୍ଜି-୨ରେ ଅକ୍ଷୟ କୁମାର ଭଗବାନ ଶିବଙ୍କର ଜଣେ ବାର୍ତ୍ତାବହ ଭାବେ ଅଭିନୟ କରୁଛନ୍ତି। କାନ୍ତି ଶରଣ ମୁଦଗଲ ଜଣେ ଶିବଭକ୍ତ ଓ ୟାମି ଗୌତମ ଜଣେ ଓକିଲ ଭାବେ ଅଭିନୟ କରୁଛନ୍ତି। ଜଣେ ମଧ୍ୟବିତ୍ତ ବାପା ସମ୍ବେଦନଶୀଳ ଅଥଚ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ଓଏମ୍ଜି-୨ରେ ସେକ୍ସ ଏଜୁକେସନର ଗୁରୁତ୍ବ ଉପରେ ଆଲୋକପାତ କରାଯାଇଛି। ତେବେ ଏହି ଚଳଚ୍ଚିତ୍ର ବିଭିନ୍ନ ବାଧାବିଘ୍ନ ଦେଇ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିବା ବେଳେ ସେନ୍ସର ବୋର୍ଡ ଏହାକୁ ‘ଏ’ ସାର୍ଟିଫିକେଟ୍ ପ୍ରଦାନ କରିଛି।
[ad_2]