ସୀମା ଓ ଅଞ୍ଜୁଙ୍କ ପରେ ସାମ୍ନାକୁ ଆସିଥିବା ଦୀପିକା ଶ୍ବଶୁରଙ୍କ ନାମରେ ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ – bajravana
[ad_1]
ନୂଆଦିଲ୍ଲୀ: ସୀମା ହାଇଦର ଓ ଅଞ୍ଜୁଙ୍କ ପରେ ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ବସବାସ କରୁଥିବା ଦୀପିକା ତାଙ୍କ ପ୍ରେମିକ ପାଇଁ ପିଲା ଓ ସ୍ବାମୀଙ୍କୁ ଛାଡ଼ି କୁବୈତ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।
ଦୀପିକା ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଇସଲାମ ଧର୍ମ ଗ୍ରହଣ କରିବା ସହିତ କହିଛନ୍ତି, ‘ମୁଁ ମୋର ଇଚ୍ଛାରେ ଘର ଛାଡ଼ିଛି। ଇସଲାମ ଧର୍ମ ଗ୍ରହଣ କରିଛି। ଏଥିପାଇଁ ମୋତେ କେହି ବି ବାଧ୍ୟ କରି ନାହାନ୍ତି। କିନ୍ତୁ ହଁ ସ୍ବାମୀ ଓ ଶ୍ବଶୁରଙ୍କ ଦ୍ବାରା ମୁଁ ନିର୍ଯାତନା ପାଇବା ପରେ ବାଧ୍ୟ ହୋଇ ମୋର ଘର ଛାଡ଼ିଲି।
କାରଣ ସ୍ବାମୀ ଘରେ ନଥିବା ବେଳେ ଶ୍ବଶୁର ମୋତେ ଖରାପ ଉଦ୍ଦେଶ୍ୟ ରଖି ସ୍ପର୍ଶ କରୁଥିଲେ। ପିଲାର ମୁହଁକୁ ଦେଖି ମୁଁ ଚୁପ ଥିଲି। ବାରମ୍ବାର ମୋ ସହିତ ଏମିତି ଘଟିବାରୁ ମଁ ଏସବୁକୁ ଆଉ ସହ୍ୟ କରି ପାରିଲି ନାହିଁ। ମୁଁ ଏବେ ଦୀପିକାରୁ ନଜିରା ହୋଇଯାଇଛି। ଆଉ ଶାନ୍ତିରେ ଦିନ କାଟୁଛି।
ଦୀପିକାଙ୍କ ସ୍ବାମୀ ପୁଲିସରେ ଅଭିଯୋଗ କରି କହିଥିଲେ କି , ଦୀପିକା ତାଙ୍କ ପିଲା ଓ ମୋତେ ଛାଡ଼ି ପ୍ରେମିକ ସହିତ ବିଦେଶ ପଳାଇ ଯାଇଛନ୍ତି।’
ଦୀପିକାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟଲୋକେ ଲବଜିହାଦ ଘଟଣା ବୋଲି କହୁଛନ୍ତି।
ଘଟଣାଟି ଡୁଙ୍ଗରପୁର ଜିଲ୍ଲାର ଭେମଇ ଗ୍ରାମର ରହିଛି। ଦୀପିକାଙ୍କ ସ୍ବାମୀ ମୁମ୍ବାଇରେ କାମ କରୁଥିବା ବେଳେ ସେ ତାଙ୍କର ୧୧ବର୍ଷର ଝିଅ ଓ ୭ବର୍ଷର ପୁଅ ସହିତ ଘରେ ରୁହନ୍ତି। ସମୟସମୟରେ ଦୀପିକା ଶରୀର ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ ଗୁଜୁରାଟ ଯାଇ ଥାଆନ୍ତି।
ନିକଟରେ ବି ସେମିତି ଦୀପିକା ଜୁଲାଇ ୧୦ ତାରିଖରେ ଚିକିତ୍ସା ପାଇଁ ଗୁଜୁରାଟ ଯାଉଛି ବୋଲି କହି ଘରୁ ଯାଇଥିଲେ ଯେ ଜୁଲାଇ ୧୩ ତାରିଖ ଯାଏଁ ଆଉ ସେ ଘରକୁ ଫେରି ନଥିଲେ। ପରେ ହ୍ବାଟସଆପରେ ଫୋନ କରି ସ୍ବାମୀଙ୍କୁ କହିଥିଲେ କି, ‘ମୁଁ ତୁମକୁ ପସନ୍ଦ ନୁହଁ, ତେଣୁ ଘର ଛାଡ଼ି ଚାଲି ଆସିଛି। ମୋତେ ଖୋଜିବାକୁ ଚେଷ୍ଟା କର ନାହିଁ। ମୁଁ ଆଉ ଘରକୁ ଫେରିବି ନାହିଁ।’
[ad_2]