ଅପରାଧ

ପଡ଼ିଶାଘର ହିନ୍ଦୁ ଝିଅକୁ ନେଇ ପଳାଇଲା ମୁସଲ୍‌ମାନ ପୁଅ; ମାଡ଼ଖାଇ ମଲେ ବୃଦ୍ଧ ମୁସଲ୍‌ମାନ ଦମ୍ପତି – bajravana

[ad_1]

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ରାଜେପୁର ଗାଁରେ ଜଣେ ମୁସଲମାନ ପୁଅ ପଡ଼ିଶାଘର ହିନ୍ଦୁ ଝିଅକୁ ନେଇ ପଳାଇଯିବାରୁ ଉତ୍ୟକ୍ତ ‌ପଡ଼ୋଶୀମାନେ ଲୁହାଛଡ଼ ଓ ଲାଠିରେ ସେ ପୁଅର ବୃଦ୍ଧ ପିତାମାତାଙ୍କୁ ପିଟି ପିଟି ହତ୍ୟା କରିଥିବା କଥା ପୁଲିସ କହିଛି।

ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପଳାଇ ଯାଇଥିବା ଝିଅର ବାପା ବୋଲି ପୁଲିସ ସୂଚନା ଦେଇଛି।

ଶୁକ୍ରବାର ସନ୍ଧ୍ୟା‌େରେ କରାଯାଇଥିବା ଆକ୍ରମଣରେ ଦମ୍ପତି ଆବ୍‌ବାସ୍‌ ଓ କମ୍‌ରୁଲ୍‌ ନିଶାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତ’ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସୀତାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଚକ୍ରେଶ ମିଶ୍ରା କହିଛନ୍ତି, ଅଳ୍ପ କିଛି ବର୍ଷ ତଳେ ଆବ୍‌ବାସ୍‌ଙ୍କ ପୁଅ ପଡ଼ିଶା ଘର ଝିଅକୁ ନେଇ ପଳାଇଯାଇଥିଲା। ଏ ଘଟଣାରେ ମାମଲା ରୁଜୁ କରାଯାଇ ଆବ୍‌ବାସ୍‌ଙ୍କ ପୁଅକୁ ଜେଲ୍‌ ପଠାଯାଇଥିଲା।

Image Courtesy of India Today

ଚକ୍ରେଶ ମିଶ୍ରା ପୁଣି କହିଛନ୍ତି, ଗ୍ରାମବାସୀମାନଙ୍କ କହିବା ଅନୁସାରେ, ମୃତୁ ଦମ୍ପତିଙ୍କ ପୁତ୍ର ଶୌକତ୍‌ ଓ ରାମପାଲଙ୍କ ଝିଅ ରୁବିଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ଥିଲା। ୨୦୨୦ରେ ଶୌକତ୍‌ ରୁବିକୁ ଅପହରଣ କରିନେଇଥିଲା। ସେତେବେଳେ ରୁବି ନାବାଳିକ ଥିଲା। ତେଣୁ, ମାମଲା ରୁଜୁ କରି ପୁଲିସ ଶୌକତ୍‌କୁ ଜେଲ୍‌ ପଠାଇ ଦେଇଥିଲା। ଜୁନ୍‌ ମାସରେ ସେ ପୁଣି ରୁବିକୁ ଅପହରଣ କରି ନେଇଥିଲା।

ତେଣୁ, ଝିଅ ପରିବାରର କିଛି ଲୋକ ତା’ର ବାପାମାଆଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ହର୍‌ଗାଓଁ ଥାନା ପୁଲିସ କହିଛି।

ଏହି ହତ୍ୟାକାଣ୍ଡ ମାମାଲାରେ ୩ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି ଓ ଆଉ ୨ଜଣଙ୍କୁ ଖୋଜା ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button