ଓଡିଶା

ଆନ୍ଧ୍ରରୁ ମୁକୁଳିଲେ ୫ ଅପହୃତ ମତ୍ସ୍ୟଜୀବୀ, ନିର୍ଯାତନା ଅଭିଯୋଗ ଆଣିଲେ – bajravana

[ad_1]

ଛତ୍ରପୁର: ଆନ୍ଧ୍ରପ୍ରଦେଶ ମାଛ ମାଫିଆଙ୍କ ଦ୍ବାରା ଅପହୃତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଭାବନିପୋଡ଼ୁ ସାମୁଦ୍ରିକ ଇଲାକାରୁ ୫ ଜଣ ମତ୍ସ୍ୟଜୀବୀ କେ.ବାବାଜୀ, ଏନ୍‌.କାମେୟା, ବି.ମୋହନ, ଜି.ଏରେୟା ଓ ଜି.ଜାଙ୍ଗାଲିଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ସେମାନଙ୍କୁ ସେଠାରୁ ପୁଲିସ ସୁରକ୍ଷାରେ ସୁରକ୍ଷିତ ଅଣାଯାଇଥିବା ଗଞ୍ଜାମ ଅତିରିକ୍ତ ଏସ୍‌.ପି.ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌.କାମେୟା ଏବଂ ବି.ମୋହନଙ୍କ ଦୁଇଟି ଡଙ୍ଗାରେ ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ। ଗଭୀର ସମୁଦ୍ରରେ ମାଛ ମାରିବା ବଦଳରେ ଆନ୍ଧ୍ର ମାଛ ମାଫିଆମାନେ ‘ନୋ ଫିସିଂ ଜୋନ୍‌’ରେ ମାଛ ମାରୁଥିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ। ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ୫ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମାଛ ମାଫିଆ ମାନେ ଉଠାଇ ନେଇଥିଲେ। ଏନେଇ ସେମାନଙ୍କ ପରିବାରବର୍ଗ ଓ ମତ୍ସ୍ୟଜୀବୀ ନେତା ଏନ୍‌.ଦୀନବନ୍ଧୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ। ଫଳରେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଗଞ୍ଜାମ ପୁଲିସର ପ୍ରୟାସ ଆରମ୍ଭ ହୋଇଥିଲା।

ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିଲା। ଗତକାଲି ରାତିରେ ସମୁଦ୍ର ଅଶାନ୍ତ ଥିଲା। ତଥାପି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ପୁଲିସ ଟିମ୍ ସମୁଦ୍ର ଭିତରେ ରାତିତମାମ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ। ଟ୍ରଲର୍ ଚାଳକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରା ଯାଇଥିଲେ ହେଁ, ବିଫଳ ହୋଇଥିଲେ। ଶେଷ‌ରେ ଚାଳକଙ୍କ ସହ ଯୋଗାଯୋଗ ବେଳେ ଟ୍ରଲର୍‌କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଭାବନିପୋଡ଼ୁ ସାମୁଦ୍ରିକ ଇଲାକାରେ ଠାବ କରା ଯାଇଥିଲା। କିନ୍ତୁ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ସେଠାରେ ଓହ୍ଲାଇ ପାରି ନଥିଲେ। ପରେ ସେଠାକାର ସାମୁଦ୍ରିକ ଥାନା ନିକଟରେ ଓହ୍ଲାଇ ଅପହୃତ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଆନ୍ଧ୍ରପ୍ରଦେଶ ମାଛ ମାଫିଆ ସେମାନଙ୍କୁ ନିର୍ଯାତନା ଦେଇଥିବା ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ଛତ୍ରପୁର ଏସଡିପିଓ, ଥାନାଧିକାରୀ ଓ ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଆନ୍ଧ୍ର ପୁଲିସ ସହ ସମସ୍ତ ରାଜିନାମା ଦସ୍ତାବିଜ୍ ଲେଖା କାର୍ଯ୍ୟ ପରେ ସେଠାରୁ ସେମାନଙ୍କୁ ମୁକୁଳାଯାଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ସେମାନେ ଫେରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button