ଖେଳ ଖବର

କିଙ୍ଗ୍ସ କପ୍‌: ଭାରତକୁ ସୁଟ୍‌ଆଉଟ୍‌ କଲା ଇରାକ – bajravana

[ad_1]

ବ୍ୟାଙ୍କକ୍‌: ନିୟମିତ ଅଧିନାୟକ ସୁନିଲ ଛେତ୍ରୀଙ୍କ ବିନା କିଙ୍ଗ୍ସ କପ୍‌ରେ ‌ଭାଗ ନେଇଥିବା ଭାରତୀୟ ଦଳ ପ୍ରଥମରୁ ପରାଜୟର ସାମ୍ନା କରିଛି। ଇରାକ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ୪-୫ ପେନାଲ୍‌ଟି ସୁଟଆଉଟ୍‌ରେ ପରାସ୍ତ ହୋଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌‌ରେ ଶେଷ‌ ହୋଇଥିଲା। ସୁଟ୍‌ଆଉଟ୍‌ରେ ବ୍ରାଣ୍ଡନ୍‌ ଫର୍ଣ୍ଣା‌ଣ୍ଡେଜ୍‌ ଗୋଲ୍‌ ଦେଇନପାରିବାରୁ ଭାରତ ପରାଜିତ ହୋଇଥିଲା। ମ୍ୟାଚ୍‌ରେ ୧୭ ତମ ମିନିଟ୍‌ରେ ମହେଶ ସିଂହ ପ୍ରଥମ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ ଦେଇଥିଲେ। କିନ୍ତୁ କରିମ୍‌ ଅଲ୍ଲୀ ୨୮ ତମ ମିନିଟ୍‌ରେ ପେନାଲ୍‌ଟି ଜରିଆରେ ଏହାକୁ ବରାବର କରିଥିଲେ।

୫୧ ମିନିଟ୍‌ରେ ଇରାକ୍‌ ଗୋଲରକ୍ଷକ ତଥା ଅଧିନାୟକ ଜଲାଲ ହାସନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଭାରତ ପୁଣି ଥରେ ଅଗ୍ରଣୀ ପାଇଥିଲା। ୮୦ ମିନିଟ୍‌ରେ ଏମେନ୍‌ ଘଧବନଙ୍କୁ ଫାଉଲ୍‌ ହେବାରୁ ଇରାକ୍‌କୁ ଆଉଏକ ପେନାଲ୍‌ଟି ମିଳିଥିଲା। ଏମେନ୍‌ ଏହି ପେନାଲ୍‌ଟି ନେବା ସହ ଗୋଲ୍‌ରେ ପରିଣତ କରିଥିଲେ। ଆହତ ସମୟରେ ଇରାକ୍‌ର ଜି‌ଦାନ୍‌ ଇକବାଲ୍‌ଙ୍କୁ ରେଡ୍‌ କାର୍ଡ ଦିଆଯିବାରୁ ଦଳ ୧୦ ଜଣଙ୍କୁ ନେଇ ଖେଳିଥିଲା। ତଥାପି ଭାରତୀୟ ଖେଳାଳି ତାହାର ଫାଇଦା ଉଠାଇପାରିନଥିଲେ। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ପରାଜିତ ହେବାରୁ ଦଳର ଲଗାତାର ୧୧ ମ୍ୟାଚ୍‌ ଅପରାଜେୟ ଧାରା ଭାଙ୍ଗିଛି। ରବିବାର ଭାରତ ତୃତୀୟ ସ୍ଥାନ ପାଇଁ ଖେଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button