ସଚିନଙ୍କୁ ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ କହିଥିବା ପଡ଼ୋଶୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ ସୀମା – bajravana
[ad_1]
ନୋଇଡା: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଭାରତର ଯୁବକ ସଚିନ ମୀଣାଙ୍କୁ ବିବାହ କରି ଭାରତ ଆସିଥିଲେ ସୀମା। କିଛି ଦିନ ତଳେ ସୀମା ହାଇଦରଙ୍କ ପଡ଼ୋଶୀ ମିଥିଲେଶ ଭାଟି ସଚିନଙ୍କୁ ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ ବୋଲି କହିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଭାଇରାଲ ଭିଡିଓ ଦେଖିବା ପରେ ସୀମାଙ୍କ ଓକିଲ ପଡୋଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଥିଲେ। ଏବେ ତାଙ୍କର ଉକ୍ତ ପଡ଼ୋଶୀଙ୍କ ନିକଟକୁ ସୀମାଙ୍କ ଓକିଲ ଏପି ସିଂହ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ନୋଟିସ୍ରେ ତାଙ୍କୁ ସେ ସଚିନଙ୍କୁ ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ ବୋଲି କାହିଁକି କହିଥିଲେ ବୋଲି ପ୍ରଶ୍ନ ପଚରାଯାଇଛି।
ଅନ୍ୟପକ୍ଷରେ ମିଥିଲେଶ ଭାଟିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏକ ନ୍ୟୁଜ୍ ଚ୍ୟାନେଲ ସହ କଥାବାର୍ତ୍ତା କରି ମିଥିଲେଶ ଭାଟି କହିଛନ୍ତି, ‘‘ମୁଁ କାହାକୁ ଅପମାନ କରିନାହିଁ। ମୋ ପାଟିରେ ଯାହା ଆସିଲା ମୁଁ କହିଲି। ଆମ ଅଞ୍ଚଳରେ ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ ଶବ୍ଦଗୁଡ଼ିକ ଅତି ସାଧାରଣ। ଅଧିକ ପତଳା ଲୋକଙ୍କୁ ଆମେ ଏହି ନାମରେ ଡାକିଥାଉ।’’
ଆପଣଙ୍କୁ କହିରଖୁଛୁ ଯେ ଚଳିତବର୍ଷ ମେ ମାସରେ ସୀମା ହାଇଦର ତାଙ୍କ ଚାରି ସନ୍ତାନଙ୍କ ସହ ନେପାଳ ଦେଇ ପାକିସ୍ଥାନରୁ ଭାରତ ଆସିଥିଲେ। ସଚିନଙ୍କ ସହ ପବ୍ଜୀ ଖେଳିବା ସମୟରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ସୀମା ହାଇଦର ଆଉ ପାକିସ୍ତାନକୁ ଫେରିବାକୁ ଚାହୁଁନାହାଁନ୍ତି। ୟୁପି ପୁଲିସ ସଚିନ, ସୀମା ଏବଂ ସେମାନଙ୍କ ଶଶୁର ନେତ୍ରପାଲ ମୀନାଙ୍କୁ ଅନେକ ଦିନ ଧରି ପଚରାଉଚରା କରିଥିଲା।
[ad_2]