‘ଟୁ ଲେଟ୍’ ଲେଖିଦେବାରୁ ୫୦ ହଜାର ଜରିମାନା – bajravana
[ad_1]
ଭୁବନେଶ୍ୱର: କାନ୍ଥରେ ‘ଟୁ ଲେଟ୍’ ଲେଖିଦେବାରୁ ତିନି ଜଣଙ୍କ ଉପରେ ୫୦ ହଜାର ଲେଖାଏଁ ଦେଢ଼ ଲକ୍ଷ ଟଙ୍କାର ଜରିମାନା କଷିଛି ବିଏମ୍ସି। କେବଳ ଜରିମାନା ନୁହଁ ବରଂ ସେମାନଙ୍କ ନାମରେ ଏତଲା ବି ଦିଆଯାଇଛି। ଗଛ, କାନ୍ଥ, ଖୁଣ୍ଟ(ଟିପିଡବ୍ଲୁ)କୁ ପରିଷ୍କାର ରଖିବା ପାଇଁ ବିଏମ୍ସି କରିଥିବା କଟକଣା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛି। ଏଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ କହିଛନ୍ତି, ‘ଏ-୪’ ସାଇଜ୍ ପେପରରେ ଘର ଭଡ଼ା ଦେବା ପାଇଁ ଲେଖିଦେବାରୁ ୫୦ ହଜାର ଜରିମାନା ସହ ଏତଲା ଦେଇଦେଲା ବିଏମ୍ସି। କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାନ୍ଥ ଲେଖା କେବଳ ଲିଭାଇଦେଲେ, ଏତଲା ଦେଲେନି। ବିଜେଡିର ଦଳୀୟ ପ୍ରଚାର ଏ ଯାଏଁ କାନ୍ଥରେ ଅଛି, ନା ଲିଭା ହେଉଛି ନା ଏତଲା ହେଉଛି। ଆମେ ଏମିତି ଅପରାଧ କରିଦେଲୁ? ଆଗକୁ ନିର୍ବାଚନ ରହିଛି। ଉଭୟ ବିଜେପି, ବିଜେଡି ଦଳୀୟ କାନ୍ଥ ଲେଖା ଲିଭାଯିବା ସହ ଏତଲା ଦିଆନଗଲେ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି କେତେକ ଆଶଙ୍କା କରିଛନ୍ତି।
[ad_2]