ଜନ୍ମାଷ୍ଟମୀ ପୂଜା ବେଳେ ମନ୍ଦିର ଭିତରେ ପଶି ରାଣୀଙ୍କ ଉନ୍ମକ୍ତକାଣ୍ଡର ଭିଡିଓ ଭାଇରାଲ୍ – bajravana
[ad_1]
ପାନ୍ନା: ମଧ୍ୟପ୍ରଦେଶର ପନ୍ନାଠାରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ପୂର୍ବ ରାଜ ପରିବାରର ସଦସ୍ୟା ବା ପୂର୍ବତନ ରାଣୀ ଜିତେଶ୍ୱରୀ ଦେବୀଙ୍କୁ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ଉତ୍ସବ ପାଳନ ସମୟରେ ପୁଲିସ୍ ମନ୍ଦିର ବାହାରକୁ ବାହାର କରିଦେଇଛି। ସୂଚନା ରହିଛି ଯେ ରାଣୀ ମନ୍ଦିର ନିୟମ ଉଲ୍ଲଂଘନ କରିବାରୁ ତାଙ୍କୁ ପୁଲିସ୍ ବାହାର କରିବାକୁ ବାଧ୍ୟ ହୋଇଥିଲା।
ପାନ୍ନା ଜିଲ୍ଲାର ବୁନ୍ଦେଲଖଣ୍ଡଠାରେ ଥିବା ଜୁଗଳ କିଶୋର ମନ୍ଦିରରେ ପ୍ରତିବର୍ଷ ହିନ୍ଦୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଦିନ ବା ଜନ୍ମାଷ୍ଟମୀରେ ମଧ୍ୟରାତ୍ରିରେ ପୂଜାର୍ଚ୍ଚନା ହୋଇଥାଏ। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ଏବର୍ଷ ଜନ୍ମାଷ୍ଟମୀ ପୂଜା ଚାଲିଥିବା ବେଳେ ଜିତେଶ୍ୱରୀ ଦେବୀ ମନ୍ଦିର ଭିତରକୁ ପ୍ରବେଶ କରି ଆଳତୀ କରିବାକୁ ଜିଦ୍ ଧରିଥିଲେ, ଯାହାକି ମନ୍ଦିରର ନୀତି ବିରୋଧୀ।
ସେ ଆଳତୀ କରିବାକୁ ଜିଦ୍ ଧରିଥିବା ବେଳେ ମନ୍ଦିର ପ୍ରଶାସନ ତାଙ୍କୁ ଅନୁମତି ନଦେବାରୁ ରାଣୀ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପେଲାଠେଲା ଉପୁଜି ସେ ତଳେ ପଡ଼ି ଯାଇଥିଲେ। ପୁଲିସ୍ ବାଧ୍ୟ ହୋଇ ରାଣୀଙ୍କୁ ମନ୍ଦିର ବାହାରକୁ ନେଇ ଯାଇଥିଲା।
ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ରାଣୀ ମନ୍ଦିର କର୍ତ୍ତୃପକ୍ଷ ଏବଂ ପୁଲିସ୍ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଜିତେଶ୍ୱରୀ ଦେବୀ ମଦ୍ୟପାନ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ବୋଲି ଉପସ୍ଥିତ ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।
ପାନ୍ନା ପୁଲିସ୍ ଅଧୀକ୍ଷକ ସାଇ କୃଷ୍ଣ ଏସ୍ ଥୋଟାଙ୍କ କହିବାନୁସାରେ, ରୀତି ଅନୁଯାୟୀ କେବଳ ରାଜ ପରିବାରର ପୁରୁଷମାନେ ମନ୍ଦିରରେ ଜନ୍ମାଷ୍ଟମୀ ସମୟରେ ପୂଜା କରିଥାନ୍ତି। ଯେହେତୁ ଜିତେଶ୍ୱରୀ ଦେବୀଙ୍କ ପୁଅ ମନ୍ଦିରକୁ ଆସିପାରିନଥିଲେ, ତେଣୁ ସେ ନିଜେ ଏହି ନୀତି ପାଳନ କରିବାକୁ ଜିଦ୍ ଧରିଥିଲେ। ଫଳରେ ପୁଲିସ୍ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
[ad_2]