ଦେଶ ବିଦେଶ

ଦାନ କରୁଥିବା ବେଳେ ଭୁଲବଶତଃ ମନ୍ଦିର ହୁଣ୍ଡିରେ ପଡିଗଲା ଭକ୍ତଙ୍କ iPhone, ମନ୍ଦିର କହିଲା ଏହା ଭଗବାନଙ୍କ ସମ୍ପତ୍ତି

ମନ୍ଦିରକୁ ଅର୍ଥ ଦାନ କରୁଥିବା ବେଳେ ହୁଣ୍ଡିରେ ଖସିପଡ଼ିଲା ଭକ୍ତଙ୍କ iPhone । ହୁଣ୍ଡିରେ ଆଇଫୋନ ଖସି ପଡ଼ିବାରୁ ସେ ଏହାକୁ ଫେରାଇ ଦେବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଥିଲେ । ହେଲେ ହୁଣ୍ଡିରେ iPhone ଖସି ପଡ଼ିଥିବାରୁ ଏହାକୁ ଭଗବାନଙ୍କ ସମ୍ପତ୍ତି ବୋଲି ଘୋଷଣା କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ତାମିଲନାଡୁର ଗୋଟିଏ ମନ୍ଦିରରେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ଅକ୍ଟୋବର ୧୮ରେ ଦିନେଶ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ତାମିଲନାଡୁର ଥିରୁପେରୁର କଦସ୍ବାମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ କରିବା ପରେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ଦିନେଶଙ୍କ ପକେଟରେ ଥିବା iPhone ଟି ହୁଣ୍ଡିରେ ପଡ଼ି ଯାଇଥିଲା । ସେ ତୁରନ୍ତ ନିଜ ଫୋନ ପାଇବା ଆଶାରେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନେ ହୁଣ୍ଡିରେ ଖସି ପଡ଼ିଥିବାରୁ iPhone କୁ ଭଗବାନଙ୍କ ସମ୍ପତ୍ତି କହି ଦେଇନଥିଲେ ।

ମନ୍ଦିର କର୍ତ୍ତୃପକ୍ଷ ଦିନେଶଙ୍କୁ ଆପଲ ଡିଭାଇସରେ ଥିବା ସମସ୍ତ ତଥ୍ୟକୁ ନେବାକୁ ଅନୁମିତି ଦେଇଛନ୍ତି । କିନ୍ତୁ ଆଇଫୋନକୁ ଦେବାକୁ ମନା କରିଛନ୍ତି । ହେଲେ ଦୀନେଶ ଫୋନ ନେବା ଜିଦରେ ଅଟଳ ରହିଥିଲେ ।

ଦିନେଶ ଫୋନ ପାଇବା ପାଇଁ ଚେନ୍ନାଇର ହିନ୍ଦୁ ଧାର୍ମିକ ଏବଂ ଧର୍ମାନୁଷ୍ଠାନ ଟ୍ରଷ୍ଟ ବିଭାଗରେ ଯାଚିକା ଦାୟର କରିଛନ୍ତି । ଯେଉଁଥିରେ ଦାନ ପେଟି କେତେବେଳେ ଖୋଲିବ ସେ ବିଷୟରେ ସୂଚନା ଦିଆଯାଇଛି । ତେବେ ଶୁକ୍ରବାର ଦାନ ପେଟି ଖୋଲିବା ସମୟରେ ଦିନେଶ ସେଠାରେ ଉପସ୍ଥିତି ଥିଲେ । ଆଉ ମନ୍ଦିର କର୍ତ୍ତୃପକ୍ଷ କେବଳ ଫୋନରେ ଥିବା ଡାଟା କପି କରିବା ଏବଂ ସିମ୍ ନେବାକୁ ଅନୁମତି ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button