ଦେଶ ବିଦେଶ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଏୟାରପୋର୍ଟରେ ମିଳିବ ଶସ୍ତା ଖାଇବା ଏବଂ ଚା’-କଫି

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରୀ ଏୟାରପୋର୍ଟରେ ପହଞ୍ଚି ଚା’ ଓ କଫି ପିଇବାକୁ ଇଚ୍ଛା କରନ୍ତି । କିନ୍ତୁ ଏୟାରପୋର୍ଟରେ ଚା’ ଦାମ୍ ଅଧିକ ହୋଇଥିବାରୁ ଏହାକୁ ପିଇବା ସମ୍ଭବ ହୋଇନଥାଏ । ଅନେକ ଥର ଯାତ୍ରୀ ଦାମ୍ ଶୁଣି ମନମାରି ଚୁପଚାପ୍ ବସିପଡନ୍ତି । ତେବେ ଯାତ୍ରୀଙ୍କ ଏଭଳି ସମସ୍ୟାରୁ ଛୁଟକାରା ପାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ନିଜ ଅଧିନରେ ଥିବା ବିମାନବନ୍ଦରରେ ଭିତରେ ଉଡାଣ ଯାତ୍ରୀ କାଫେ ଆରମ୍ଭ କରିବାକୁ ଯାଉଛି । ଏଠାରେ କମ୍ ଦାମରେ ଯାତ୍ରୀଙ୍କୁ ଖାଇବା ସହିତ ଚା-କଫି ମିଳିବ । ଏହାର ଆରମ୍ଭ କୋଲକତା ସ୍ଥିତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏୟାରପୋର୍ଟରୁ ଆରମ୍ଭ ହେବ । ଏହା ଏକ ପାଇଲଟ ପ୍ରୋଜେକ୍ଟ । ଏହାପରେ ଅନ୍ୟ ଏହାରପୋର୍ଟରେ ଏହି ସୁବିଧା ମିଳିବ ।

କୋଲକତା ଏୟାରପୋର୍ଟକୁ ୧୦୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଉଡାଣ ଯାତ୍ରୀ କାଫେ ଲଞ୍ଚ ହୋଇଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିମାନ ଯାତ୍ରୀଙ୍କ ଅନୁଭବକୁ ଭଲ କରିବା ପାଇଁ କମ୍ ଦାମରେ ଜଳପାଳନ ସୁବିଧା ମିଳିବା ପାଇଁ ଏୟାରପୋର୍ଟ ଉଡାଣ ଯାତ୍ରୀ କାଫେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଏୟାରପୋର୍ଟରେ ସାଧାରଣ ଯାତ୍ରୀଙ୍କ ପାଇଁ ସରକାର ଏଭଳି ଲାଭଦାୟକ ପଦକ୍ଷେପ ନେଇଛନ୍ତି । କିୟୋସ୍କୋ ସେବା ପୂର୍ବରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ବାରା ସଂଚାଳନ କରାଯାଉଛି । ଏୟାରପୋର୍ଟରେ କିୟୋସ୍କୋ ଜରିଆରେ ବହୁତ ସ୍ବଳ୍ପ ଦାମରେ ଚା’, କଫି, ସ୍ନାକ୍ସ ଏବଂ ପାଣି ଭଳି ଆବଶ୍ୟକ ଜିନିଷ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button