ଦେଶ ବିଦେଶ

ଏଣିକି ଭିକାରୀକୁ ଭିକ ଦେଲେ ସିଧା ଯିବେ ଜେଲ୍, ଜାନୁୟାରୀ ୧ରୁ ସରକାର ଆଣୁଛନ୍ତି ନୂଆ ଆଇନ

ଯଦି ଆପଣ ଦୟା ଦେଖାଇ ଭିକାରୀଙ୍କୁ କିଛି ପଇସା ଦେଉଛନ୍ତି, ତା’ ହେଲେ ସିଧା ଜେଲ୍ ଯିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଆସନ୍ତା ଜାନୁୟାରୀ ୧ରୁ ଏକ ନୂଆ ଆଇନ ଲାଗୁ ହେବାକୁ ଯାଉଛି । ପ୍ରକୃତରେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି ।

ଜିଲ୍ଲା ପ୍ରଶାସନ ପୂର୍ବରୁ ହିଁ ଭିକ୍ଷାବୃତ୍ତି ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏହି ଅଭିଯାନ ୧୦ଟି ସହରରେ ଚାଲୁ ରହିଛି । ପ୍ରଶାସନ ସଙ୍ଗଠନଗୁଡ଼ିକ ମାଧ୍ୟମରେ ଭିକାରୀମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଆଶ୍ରୟ ଏବଂ କାମ ଯୋଗାଇ ଦେବାରେ ସାହାଯ୍ୟ କରିବ । ଜିଲ୍ଲା ଅଧିକାରୀ ଆଶିଷ ସିଂ କହିଛନ୍ତି, ଭିକ୍ଷାବୃତ୍ତି ବିରୋଧରେ ସଚେତନତା ଅଭିଯାନ ଚାଲିଛି, ଯାହା ୨୦୨୪ ଡିସେମ୍ବର ଯାଏ ଜାରି ରହିବ ।

କହି ରଖୁଛୁ, ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର କୁହାଯାଏ । ଏବେ ଏହି ସହର ଭିକାରୀମୁକ୍ତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି । ନୂଆବର୍ଷ ଅର୍ଥାତ୍ ୨୦୨୫ ଜାନୁୟାରୀ ୧ରୁ ଯେଉଁ ବି ବ୍ୟକ୍ତି ଭିକାରୀମାନଙ୍କୁ ପଇସା ଦେବ, ତାଙ୍କ ବିରୋଧରେ FIR ପଞ୍ଜିକୃତ କରାଯିବ ।

ବର୍ତ୍ତମାନ ସମୟରେ ଇନ୍ଦୋରରେ ଭିକାରୀମାନଙ୍କୁ ଧରପକଡ଼ ଚାଲିଛି । ସେମାନଙ୍କୁ ଧରାଯାଇ ଆଶ୍ରୟସ୍ଥଳ ପଠାଯାଉଛି । ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଭିକାରୀମାନଙ୍କୁ ଭିକ୍ଷା ଦେଇ ପାପର ଭାଗୀଦାରି ନ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି । ପ୍ରଶାସନ ପୂର୍ବରୁ ହିଁ ଇନ୍ଦୋରରେ ଭିକ୍ଷାବୃତ୍ତି ଉପରେ ପ୍ରତିବନ୍ଧକ ଆଦେଶ ଜାରି କରିଛନ୍ତି ।

ଆଶିଷ ସିଂ କହିଛନ୍ତି, ଥରେ ଆମେ ଜଣେ ଭିକାରୀଙ୍କ ପାଖରୁ ୨୯,୦୦୦ ଟଙ୍କା ଜବତ କରିଥିଲୁ । ଜଣେ ଭିକାରୀ ସୁଧ ଲଗାଇଥିଲେ ଏବଂ ସୁଧ ଟଙ୍କା ଆଦାୟ କରୁଥିଲେ । ଏକ ଗ୍ରୁପ୍ ପିଲାଛୁଆ ଧରି ରାଜସ୍ଥାନରୁ ଏଠାକୁ ଭିକ୍ଷା ମାଗିବାକୁ ଆସିଥିଲା । ସେମାନଙ୍କୁ ଏକ ହୋଟେଲରୁ ଧରାଯାଇଥିଲା, ଯେଉଁଠି ସେମାନେ ଅଟକି ରହିଥିଲେ ।

କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ପ୍ରୋଜେକ୍ଟ ଅଧୀନରେ ୧୦ ସହର ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା, ଅହମ୍ମଦାବାଦ ଓ ଇନ୍ଦୋରକୁ ଅନ୍ତର୍ଭୁକ୍ତ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button