ଦେଶ ବିଦେଶ

କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ: ଶ୍ରମ ଶିବିର କ୍ୟାମ୍ପରେ ଓଡ଼ିଆ ଯୁବକଙ୍କ ସହ କଥା ହେଲେ ମୋଦି

୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁଏତର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ମୋଦି । ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହାରି ଭିତରେ କ୍ୟାମ୍ ରେ ଥିବା ଜଣେ ଗଞ୍ଜାମ ଖଲ୍ଲିକୋଟ ଯୁବକଙ୍କ ସହ କଥା ହେଲେ । ଓଡ଼ିଶାରେ ଭାରତୀୟ ପ୍ରବାସୀ ଦିବସ ନେଇ ଧନ୍ୟବାଦ ଜଣାଇଲେ ଯୁବକ । ଓଡିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖିବାର ସୁଯୋଗ ପାଇବ । ଯୁବକଙ୍କୁ ଜୟ ଜଗନ୍ନାଥ କହି ଧନ୍ୟବାଦ ଜଣାଇଲେ ମୋଦି ।

୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଛନ୍ତି । କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ଚୁକ୍ତି ସ୍ବାକ୍ଷରିତ ହେବ । ସେହିପରି ଭାରତ ଏବଂ ଗଲଫ କୋଅପରେସନ କାଉନସିଲ-GCC ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା ରହିଛି । ଜିସିସିରେ ୟୁଏଇ, ବାହାରିନ, ସାଉଦ ଆରବ, ଓମାନ, କତାର ଓ କୁଏତ ସଦସ୍ୟ ଅଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଜିସିସି ସହ ଭାରତର ମୋଟ ବାଣିଜ୍ୟ କାରବାର ହେଉଛି ୧୮୪.୪୬ ବିଲିଅନ ଆମେରିକୀୟ ଡଲାର । ଏଥିସହ ଜିସିସିର ବର୍ତ୍ତମାନ ଅଧ୍ୟକ୍ଷ କୁଏତ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button