ମିନି ସ୍କର୍ଟ, ହାଫ୍ ପ୍ୟାଣ୍ଟ, ଫଟା ଜିନ୍ସ ପିନ୍ଧିଲେ ଏହି ମନ୍ଦିରକୁ ମିଳିବନି ଏଣ୍ଟ୍ରି, ମନ୍ଦିରରେ ଲାଗୁ ହେଲା ନୂଆ ନିୟମ
ବୃନ୍ଦାବନର ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା ଡ୍ରେସ କୋଡ୍ । ତେବେ ମନ୍ଦିରର ପବିତ୍ରତା ଏବଂ ଗାରିମା ରଖିବା ପାଇଁ ମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ମନ୍ଦିର ପ୍ରଶାସନ କହିବା ମୁତାବକ, କିଛି ଲୋକ ମନ୍ଦିରକୁ ଏଭଳି ପୋଷାକ ପିନ୍ଧି ଆସୁଛନ୍ତି, ଯାହା ଧାର୍ମିକ ବାତାବରଣକୁ କ୍ଷୂର୍ଣ୍ଣ କରୁଛି । ଏହାକୁ ଧ୍ୟାନରେ ରଖି ଚିରାପଟା ଜିନ୍ସ, ମିନି ସ୍କର୍ଟ, ସ୍ଲିଭଲେସ ଟପ୍ ଏବଂ ଉତ୍ତେଜିତ କରୁଥିବା ଟି ଯାର୍ଟ ପିନ୍ଧିବାକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁ ପାରମ୍ପରିକ ଏବଂ ଶାଳୀନତା କପଡା ପିନ୍ଧି ଆସିବାକୁ ପରାମର୍ଶ ଦିଆଯାଇଛି । ମହିଳାମାନେ ଶାଢୀ କିମ୍ବା ସାଲୱାର ଏବଂ ପୁରୁଷମାନେ କୁର୍ତ୍ତା ପାଇଜାମା କିମ୍ବା ଧୋତି ପିନ୍ଧିବାକୁ କୁହାଯାଇଛି ।
ବାଙ୍କେ ବିହାରୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗେଟ୍ ନମ୍ବର-୩ ରାସ୍ତାରେ ଏକ ବ୍ୟାନର ଲଗାଯାଇଥିଲା । ମନ୍ଦିର ପ୍ରଶାସନ ଚମଡା ବେଲ୍ଟ ନ ପିନ୍ଧି ଆସିବାକୁ ମଧ୍ୟ ଅପିଲ କରାଯାଇଛି । ପୂର୍ବରୁ ରାଧା ଦାମୋଦର ମନ୍ଦିର, ବରସାନାର ରାଧାରାଣୀ ମନ୍ଦିରରେ ଏଭଳି ପୋଷାକ ନ ପିନ୍ଧି ଆସିବାକୁ ପୂର୍ବରୁ କୁହାଯାଇଥିଲା । କିନ୍ତୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ମନ ମୁତାବକ କପଡା ପିନ୍ଧି ଆସୁଛନ୍ତି ।
ଏସବୁ ପିନ୍ଧିବା ମନା :
ଚରାଫଟା ଜିନ୍ସ,
ସର୍ଟସ, ମିନି ସ୍କର୍ଟ,
ସ୍ଲିଭଲେସ ଟପ୍ ଏବଂ ଡିପ୍ ନେକ ଡ୍ରେସ,
ଉତ୍ତେଜିତ ଏବଂ ଚମକୁଥିବା ପୋଷାକ
ଟି ସାର୍ଟସରେ ଅଶୋଭନୀୟ ବାର୍ତ୍ତା ଲେଖାଥିବା ପୋଷାକ
କ’ଣ ପିନ୍ଧିପାରିବେ :
ମହିଳାମାନେ ଶାଢୀ, ସୁଟ ସାଲୱାର ଏବଂ ପୁରୁଷମାନେ ଧୋତି, କୁର୍ତ୍ତା ଏବଂ ପାଇଜାମା କିମ୍ବା ଅନ୍ୟ ଶାଳୀନତା ପୋଷାକ
ତେବେ ଏଭଳି ବ୍ୟାନର ମନ୍ଦିରର ମର୍ଯ୍ୟାଦା ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଛି । ମନ୍ଦିରର ପ୍ରବନ୍ଧକ ମୁନିଶ କୁମାର କହିଛନ୍ତି, ଯେକୌଣସି ଶ୍ରଦ୍ଧାଳୁ ମନ୍ଦିର ଆସୁଛନ୍ତି, ସେମାନେ ଧର୍ମ ସ୍ଥଳକୁ ଆସୁଛନ୍ତି । କୌଣସି ପର୍ଯ୍ୟଟନ ସ୍ଥଳକୁ ନୁହେଁ । ଯଦି ଆପଣ ଧାର୍ମିକ ସ୍ଥଳକୁ ଯାଉଛନ୍ତି, ତେବେ ସେହିଭଳି ପୋଷାକ ପିନ୍ଧି ଆସିବା ଜରୁରୀ ।
ବର୍ଷ ଶେଷରେ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଆସନ୍ତି । ତେଣୁ ଭିଡରେ ବୟସ୍କ, ଦିବ୍ୟାଙ୍ଗ ଏବଂ ପିଲା, ରୋଗାଗ୍ରସ୍ତ ବ୍ୟକ୍ତି ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଅନେକ ମନ୍ଦିରରେ ଡ୍ରେସ କୋଡ୍ ଲାଗୁ ହୋଇଛି । ତିରୁପତି ବାଲାଜୀ, ସାବରୀମାଳା ଏବଂ ତାମିଲନାଡୁର ଅନ୍ୟ ମନ୍ଦିରରେ ଡେ୍ରସ କୋଡ୍ ଲାଗୁ ହୋଇଛି । ମନ୍ଦିରରେ ଡ୍ରେସ କୋଡ୍ ଲାଗୁ ହେବାର ଉଦ୍ଦେଶ୍ୟ ଧାର୍ମିକ ସ୍ଥଳରେ ପବିତ୍ରତା ରକ୍ଷା କରିବା । ଶ୍ରଦ୍ଧାଳୁଙ୍କୁ ଏହି ନିୟମର ସମ୍ମାନ କରିବା ଉଚିତ ।