ଓଡିଶା

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ: ଟ୍ରେନ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ପରେ ଧାରଣା । କ୍ଷତିପୂରଣ ଦାବିରେ ଶୀତ କାକରରେ ସାରା ରାତି ଧାରଣାରେ ବସିଲେ ପରିବାର ଓ ସମ୍ପର୍କୀୟ । ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରକ ଧକ୍କାରେ ସତ୍ୟ ସୁବ୍ରତ ଦଳାଇଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ୩ ନମ୍ବର ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ଓ ଶ୍ରମିକ । ଘଟଣାସ୍ଥଳରେ ପୋଲିସ ପହଂଚି ଆଲୋଚନା କରିଥିଲେ ବି ସମସ୍ୟାର ସମାଧାନ ହୋଇନାହିଁ ।  ମୃତକଙ୍କ ଘର କୁଜଙ୍ଗ ଥାନା ନବାଡିଆ ଗାଁରେ । ଦୁଇଦିନ ତଳେ ବନ୍ଦରର ରେଲ୍ ଆଣ୍ଡ ରୋପ୍ ୱେ କମ୍ପାନୀରେ କାମ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଗେଟ୍ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି ଶ୍ରମିକଙ୍କ ପରିବାର ।  କ୍ଷତିପୂରଣ ନମିଳିବା ଯାଏ ଧାରଣା ଚାଲିବ ବୋଲି ଚେତାବନୀ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button