ଓଡିଶା

ଠାକୁରଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ: ମା ଭୈରବୀ ଓ ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ

ରେଢାଖୋଲ: ମନ୍ଦିରରୁ ଚୋରି । ଠାକୁରଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ । ରେଢାଖୋଲ ଥାନା କଦଳୀଗଡ଼ର ବାବା ବୈଦ୍ରନାଥ ମନ୍ଦିର ପରିସରରେ ଥିବା ମା ଭୈରବୀଙ୍କ ମନ୍ଦିରରୁ ଚୋରି ହୋଇଛି । ମନ୍ଦିରର ତାଲା ଭାଙ୍ଗି ପିତ୍ତଳ ନିର୍ମିତ ଦୁର୍ଗା ମୂର୍ତ୍ତି ଚୋରି କରି ନେଇ ଯାଇଛନ୍ତି ଲୁଟେରା । ଏହାସହ ଶନି ମନ୍ଦିର ଭିତରୁ ଏକ ଲୁହା ଚଟୁ ମଧ୍ୟ ନେଇ ଯାଇଛନ୍ତି । ଏନେଇ ଜଣାପଡିବା ପରେ ମନ୍ଦିର ପୂଜକ ବିଜୟ ବଡମାଳି ଓ ଗ୍ରାମ୍ୟ ଓ ମନ୍ଦିର ପରିଚାଳନା କମିଟି ସଭାପତି ଚନ୍ଦନ ପ୍ରସାଦ ସାହୁ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଗତ କିଛି ଦିନ ପୂର୍ବରୁ କୁକୁଡାବାହାଳି ପଞ୍ଚାୟତ କାଙ୍କଣପଡା ଦୁର୍ଗା ମନ୍ଦିରରୁ ମଧ୍ଯ ଅଷ୍ଟଧାତୁ ନିର୍ମିତ୍ତ ଦୁର୍ଗା ମୂର୍ତ୍ତି,ରୂପା ଛତ୍ର,ରୂପା ଗିନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତୁରନ୍ତ ମୂର୍ତ୍ତି ଚୋର ରାକେଟକୁ ଗିରଫ କରାଯିବା ସହିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button