ମନୋରଞ୍ଜନ

ଡିସେମ୍ବର ୮ରେ ‘ସାରେଗାମାପା’ ଗ୍ରାଣ୍ଡ୍ ଫିନାଲେ

ଜୀସାର୍ଥକର ସଂଗୀତ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ‘ସାରେଗାମାପା’ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୮ ତାରିଖ ସନ୍ଧ୍ୟା ୬.୩୦ରେ ‘ସାରେଗାମାପା’ର ଗ୍ରାଣ୍ଡ୍‌ ଫିନାଲେ ପ୍ରସାରିତ ହେବ। ଏହି ୪ ଘଣ୍ଟିଆ ଏପିସୋଡର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଏହା ସହିତ କାର୍ଯ୍ୟକ୍ରମରେ ବିଚାରକ ରହିବା ସହିତ ମନଛୁଆଁ ଗୀତ ପରିବେଷଣ କରିବେ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, କୁଳଦୀପ ପଟ୍ଟନାୟକ ଓ କ୍ରିଷ୍ଣା ବେଉରା। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଟି. ସୌରି, ବିଷ୍ଣୁ ମୋହନ କବି, ଗୌରବ ଆନନ୍ଦ ଓ ଅର୍ପିତାଙ୍କ ଦମଦାର ଗୀତ ମଧ୍ୟ ଶୁଣିବାକୁ ମିଳିବ। ନାୟକ ଶୈଳେନ୍ଦ୍ର, ମଣ୍ଟୁ, ଜ୍ୟୋତି ଓ ନାୟିକା ଶୀତଲ, ଶିବାନୀ, ଦିବ୍ୟା ଓ ଶାୟଲଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିବ। ତେବେ କିଏ ହେବ ଚଳିତ ବର୍ଷ ‘ସାରେଗାମାପା’ର ବିଜେତା, ତାହା ଜାଣିବାକୁ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ୍ ସୀଲ୍।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button