ମନୋରଞ୍ଜନ

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ସୁଟିଂ ସେଟରେ ହେଲା ହତ୍ୟା – bajravana

[ad_1]

ମୁମ୍ବାଇ: ରିଲିଜ୍ ପରେ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ବକ୍ସ ଅଫିସରେ ଧମାଲ କରିଥିଲା। ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡିକୁ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା। ଫିଲ୍ମର ପ୍ରଶଂସା ଅନେକ କଳାକାର କରିଥିବା ବେଳେ ଚଳଚ୍ଚିତ୍ରଟି ଚଳିତ ବର୍ଷ ହିଟ୍ ଫିଲ୍ମ ମଧ୍ୟରେ ରହିଛି। ଫିଲ୍ମରେ ରନ୍ଧାବା ମାନସନକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏବେ ପୁଣି ଥରେ ଫିଲ୍ମରେ ଦେଖାଯାଇଥିବା ଏହି ମାନସନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମିଳିଛି ‌ଯେ, ଫିଲ୍ମରେ ନଜର ଆସିଥିବା ରନ୍ଧାବା ମାନସନରେ ହତ୍ୟା ହୋଇଛି। ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି। ସୋମବାର ସନ୍ଧ୍ୟାରେ ଗ୍ରେଟର ନୋଏଡାର ରନ୍ଧାବା ମାନସନରେ ଜଣେ ୫୫ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। କୁହାଯାଉଛି ଯେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଏହି ବ୍ୟକ୍ତିଙ୍କୁ ତାଙ୍କ ସମୁଦି ଗୁଳି କରି ହତ୍ୟା କରିଥିଲେ। ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀର ସୁଟିଂ ଏହି ରନ୍ଧୱା ମାନସନରେ କରାଯାଇଥିଲା।

ପୁଲିସର ସୂଚନା ମୁତାବକ, ମୃତକର ନାମ ଅଶୋକ ଓ ଅଭିଯୁକ୍ତର ନାମ ଶେଖର। ଅଶୋକଙ୍କ ପୁଅ ଓ ଶେଖରଙ୍କ ଝିଅ ପରସ୍ପରକୁ ବିବାହ କରିଥିବା ବେଳେ ଏବେ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହି ବିବାଦକୁ ନେଇ ରାଗରେ ଶେଖର, ଅଶୋକଙ୍କୁ ଗୁଳି କରିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button