ଓଡିଶା

ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୬.୫ ଟଙ୍କା ବଢ଼ିଲା, ଡିସେମ୍ବର ପହିଲାରୁ ପୁଣି ମହଙ୍ଗାମାଡ଼

ଆଜି ଡିସେମ୍ବର ମାସ ପହିଲାରୁ ସାଧାରଣ ଲୋକ ପୁଣି ମହଙ୍ଗାମାଡ଼ର ଶିକାର ହୋଇଛନ୍ତି । ରବିବାର ସକାଳୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରରେ ଏହି ବୃଦ୍ଧି ଘଟିଛି ।

IOCL ୱେବସାଇଟ୍ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୮୦୨ରୁ ବଢ଼ି ଏବେ ୧୮୧୮.୫୦ ଟଙ୍କା ହୋଇଛି । ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ୧୬.୫ ଟଙ୍କା ବ୍ୟୟବହୁଳ ହୋଇଛି । ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ।

ତେବେ ତୈଳ କମ୍ପାନୀଗୁଡିକ ୧୪ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

କୋଲକାତାରେ ବର୍ତ୍ତମାନ ଏହି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୯୨୭ ଟଙ୍କା ହୋଇଛି । ନଭେମ୍ବରରେ ଏହା ୧୯୧୧.୫୦ ଟଙ୍କା ଥିଲା । ମୁମ୍ବାଇରେ ସିଲିଣ୍ଡର ଦାମ୍ ୧୬.୫୦ ଟଙ୍କା ବୃଦ୍ଧି ପାଇଛି । ଏଠାରେ ୧୭୫୪.୫ ଟଙ୍କାରେ ମିଳୁଥିବା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଡିସେମ୍ବର ୧ରୁ ୧୭୭୧ ଟଙ୍କାରେ ଉପଲବ୍ଧ ହେବ ।

ଏହିପରି ଚେନ୍ନାଇରେ ଏହାର ମୂଲ୍ୟ ୧୯୮୦.୫୦ ଟଙ୍କା ହୋଇଛି । ନଭେମ୍ବରରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୯୬୪.୫୦ ଟଙ୍କାରେ ବିକ୍ରି ହେଉଥିଲା । ପାଟନାରେ ୨୦୭୨.୫ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button