ଧର୍ମଶାଳାରେ କଶ୍ମୀରୀ ସନ୍ଦିଗ୍ଧ: ଆଜିଠୁ ୫ଦିନିଆ ରିମାଣ୍ଡରେ ବୁଖାରୀ – bajravana
[ad_1]
୩ଟି ଟିମ୍ କରିବେ ମାରାଥନ ଜେରା, ଓଡ଼ିଶାରେ କାର୍ଯ୍ୟକଳାପ ନେଇ ହେବ ଖୋଳତାଢ଼
ଭୁବନେଶ୍ବର/ରଗଡ଼ି/ଧର୍ମଶାଳା/କଣ୍ଟିଗଡ଼ିଆ: ଆସନ୍ତାକାଲି ମଙ୍ଗଳବାର ଠାରୁ ୫ଦିନିଆ ରିମାଣ୍ଡରେ ଆସିବ କଶ୍ମୀରୀ ସନ୍ଦିଗ୍ଧ ଈଶାନ ବୁଖାରୀ। ଏସ୍ଟିଏଫ୍ ପକ୍ଷରୁ ୭ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ଚଣ୍ଡିଖୋଲ ଜେଏମ୍ଏଫ୍ସି କୋର୍ଟ ୫ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ତାର ଆତଙ୍କୀ ଲିଙ୍କ୍ ଓ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ସମସ୍ତ ଦିଗକୁ ନେଇ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିସାରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍। ଏଥିପାଇଁ ଏସ୍ଟିଏଫ୍ର ଟେକ୍ନିକାଲ୍, ଇଣ୍ଟେଲିଜେନ୍ସି ସମେତ ୩ଟି ଟିମ୍ ତାକୁ ମାରାଥନ ଜେରା କରିବେ। ସେ କେମିତି ଓ କେବେଠାରୁ ଆତଙ୍କୀ ଲିଙ୍କ୍ରେ ଆସିଥିଲା? କେବଳ ପାକିସ୍ତାନ ଓ କେରଳର ସନ୍ଦିଗ୍ଧଙ୍କ ସହ ସମ୍ପର୍କରେ ଥିଲା ନା ଅନ୍ୟ ଆତଙ୍କୀ ଓ ଆଇଏସ୍ଆଇ ଏଜେଣ୍ଟ୍ଙ୍କ ସହ ଯୋଗାଯୋଗରେ ଥିଲା? ସେ କେଉଁ ସମୟରେ କେଉଁଠି ରହୁଥିଲା? ତା ସହ କେଉଁମାନେ ରହୁଥିଲେ? ୧୯ଙ୍କୁ ବ୍ୟତୀତ ଆଉ କେତେ ଯୁବତୀଙ୍କୁ ଫସାଇଛି? ଓଡ଼ିଶାରେ କେଉଁମାନଙ୍କ ସହ ମିଶୁଥିଲା? ସେମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ୍ କରୁଥିଲା କି? ଏ ସମସ୍ତ ଦିଗକୁ ନେଇ ୩ଟିମ୍ ଈଶାନକୁ ପଚାରିବେ। ସେହିପରି ଏନ୍ଆଇଏ, ଆଇବି ଓ ଅନ୍ୟ ରାଜ୍ୟ ପୁଲିସକୁ ମଧ୍ୟ ରିମାଣ୍ଡ ମିଳିଥିବା ନେଇ ସୂଚନା ଦିଆଯାଇଛି। ତେବେ ସିଡିଆର୍, ଏସ୍ଡିଆର, ଏଫ୍ଆଇୟୁ ରିପୋର୍ଟ ମିଳିନଥିବା ବେଳେ ଆଜି ବୁଖାରୀର ଦୁଇଟି ମୋବାଇଲ୍କୁ ଏସ୍ଏଫ୍ଏସ୍ଏଲ୍କୁ ପଠାଯାଇଛି। ମୋବାଇଲ୍ରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
୩ଟି ଟିମ୍ କରିବେ ମାରାଥନ ଜେରା
ଓଡ଼ିଶାରେ କାର୍ଯ୍ୟକଳାପ ନେଇ ହେବ ଖୋଳତାଢ଼
ସ୍ଥାନୀୟବାସିନ୍ଦା ପାଇଁ ହାତେଇଥିଲା ପରିଚୟପତ୍ର
ସ୍କୁଲରୁ ବହିଷ୍କୃତ ହେଲେ ପତ୍ନୀ
ଏସ୍ଏଫ୍ଏସ୍ଏଲ୍ ଗଲା ୨ ମୋବାଇଲ୍
ବଢ଼ିଲା ରଗଡ଼ି ଜେଲ୍ର ସୁରକ୍ଷା
ବୁଖାରୀ ସମ୍ପର୍କରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବୁଖାରୀ ପରିଚୟ ବଦଳାଉଥିବା ବେଳେ ଧର୍ମଶାଳାର ସ୍ଥାନୀୟ ବାସିନ୍ଦା ହେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲା। ଆଉ ସଫଳ ବି ହୋଇଥିଲା। ବୁଖାରୀ ନେଉଳପୁର ପଞ୍ଚାୟତ ମିଲତନଗର ୱାର୍ଡର ଭୋଟର ହେବା ସହ ଆଧାରକାର୍ଡ ହାତେଇ ନେଇଥିବା ଜଣାପଡ଼ିଛି। ସେ ନେଉଳପୁର ଗ୍ରାମର ସେକ୍ କବିରୁଦ୍ଦିନଙ୍କ ଝିଅ ସାଇନାଜ୍ ପରବିନ୍(ପରୋ)ଙ୍କ ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ଫସାଇ ବିବାହ କରିଥିଲା। ସାଇନାଜ୍ ପ୍ରଥମ ସ୍ବାମୀଙ୍କ ନିକଟରୁ ଛାଡ଼ପତ୍ର ପାଇବା ପରେ ଈଶାନକୁ ଦ୍ବିତୀୟ ବିବାହ କରିଥିଲେ। ସେ ନେଉଳପୁର ଆଧାର କାର୍ଡ ସମେତ ଏଠାକାର ଭୋଟର ହେବାକୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ତତ୍କାଳୀନ ସରପଞ୍ଚ ଦିବାକର ବେହେରାଙ୍କ ସହିତ ୩ବର୍ଷ ପୂର୍ବେ ଆଲୋଚନା କରିଥିଲେ। ହେଲେ ସେ ମନା କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଏଠାକାର ସ୍ଥାୟୀ ବାସିନ୍ଦା ଦର୍ଶାଇ ଆଧାର କାର୍ଡ ହାତେଇବା ସହ ଭୋଟର ହୋଇଯାଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ବୁଖାରୀର ପତ୍ନୀ ମିଲତନଗରସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସାଇନାଜ ପରୱିନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସ୍ବାମୀ ବୁଖାରୀର ବିଭିନ୍ନ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ପାକିସ୍ତାନ ଆଇଏସ୍ଆଇ ସହ ସମ୍ପର୍କ ଥିବା ଗଣମାଧ୍ୟମରେ ପ୍ରଚାର ହେବା ପରେ ସ୍କୁଲ ପରିଚାଳନା ପରିଷଦ ଏଭଳି ପଦକ୍ଷେପ ନେଇଥିବା ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଜାତୀୟ ସୁରକ୍ଷା ପ୍ରତି ବିପଦ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୧୬ ତାରିଖରୁ ସାଇନାଜଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସ୍କୁଲ୍ର ଅଧ୍ୟକ୍ଷ ଜଣାଇଛନ୍ତି। ସେହିପରି ବୁଖାରୀ ରହୁଥିବା ରଗଡ଼ିସ୍ଥିତ ସବ୍ଜେଲ୍ରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତା ପାଇଁ ୪ ଜଣ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଜେଲରଙ୍କ ଅନୁରୋଧକ୍ରମେ ଯାଜପୁର ଏସ୍ପି ଭିନୀତ ଅଗ୍ରୱାଲ ସୁରକ୍ଷାକର୍ମୀ ଯୋଗାଇ ଦେଇଛନ୍ତି। ତାକୁ ଜେଲ୍ର ସ୍ବତନ୍ତ୍ର ସେଲ୍ରେ ରଖାଯାଇଥିବା ସୂଚନା ମିଳିଛି। ଗିରଫ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଛି। ଏନେଇ ‘ଓଡ଼ିଶା ନ୍ୟାୟ ପାଇଁ ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନ୍ଏଚ୍ଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍ଏଚ୍ଆରସି ଡାଇରି ନମ୍ବର ୨୦୭୫୪/ ୨୦୨୩ରେ ମାମଲା ରୁଜୁ କରିଛନ୍ତି।
[ad_2]