ଓଡିଶା

ଶର୍ମିଳାଙ୍କୁ ନୂତନ ପରିଚୟ ଦେଇଛି ସଂଘର୍ଷ; ମାଲକାନଗିରିର ମହିଳା ମାସକୁ ରୋଜଗାର କରୁଛନ୍ତି ୫୦ ହଜାର – bajravana

[ad_1]

ମାଲକାନଗିରି: ଛୋଟ ବେଳୁ ବାପା ଆରପାରିକୁ ଚାଲିଗଲେ। ଘରେ ବଡ଼ ଝିଅ ହୋଇଥିବାରୁ ପରିବାର ବୋଝ ପଡ଼ିଥିଲା। ମା’ କେନ୍ଦୁପତ୍ର ତୋଳି ଆଣୁଥିବା ସେ ତାହାକୁ ବାନ୍ଧି ବିକ୍ରି କରୁଥିଲେ। ନିଜେ ପାଠ ପଢ଼ିବା ସହ ଦୁଇ ଭାଇକୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଧୀରେ ଧୀରେ ନିଜେ ଦେଖିଥିବା ସ୍ବପ୍ନକୁ ପୂରଣ କରିବାକୁ ଲାଗିଲେ। ଆଜି ସେ ବିୟୁଟି ପାର୍ଲର ଖୋଲି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି ୧୦ ଗ୍ରାମର ଶର୍ମିଳା ବିଶ୍ବାସ। ନିଜେ ଗୋଟିଏ ବିୟୁଟି ପାର୍ଲର ଖୋଲି ରୋଜଗାର କରିବା ସହ ଅନ୍ୟ ମହିଳାଙ୍କୁ ରୋଜଗାର ଦେଇପାରିଛନ୍ତି।

ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୧୦ ଗ୍ରାମର ଶର୍ମିଳାଙ୍କ ଘର। ଶର୍ମିଳା ଘରେ ବଡ ଝିଅ ହୋଇଥିବା ବେଳେ ତାଙ୍କର ଦୁଇଟି ସାନ ଭାଇ ରହିଥିଲେ। ଶର୍ମିଳା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ସେହି ସମୟରେ ମା ଓ ଶର୍ମିଳା ମିଶି ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା। ଶର୍ମିଳା ବିୟୁଟିପାର୍ଲର ଖୋଲିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ରହିଯାଇଥିଲା। କେନ୍ଦୁପତ୍ର ବାନ୍ଧି ସେଥିରୁ ଟଙ୍କାର ରୋଜଗାର କରୁଥିଲେ। ଶର୍ମିଳା ଦଶମଶ୍ରେଣୀରେ ପଢ଼ିବା ପରେ ଆଗକୁ ଆଉ ନପଢ଼ି ଦୁଇ ଭାଇଙ୍କୁ ପଢ଼ାଇଥିଲେ। ଏହାପରେ ସେ ମାଲକାନଗିରିରେ ସିଲେଇ ଶିଖି କିଛି ରୋଜଗାର କରିବାରେ ଲାଗିଲେ। ସେଥିରୁ ଯେଉଁ ଟଙ୍କା ପାଉଥିଲେ ତାହା କମ୍ ମିଳୁଥିଲା। ନିଜ ଗ୍ରାମରେ ବିଶ୍ବଜିତ୍ ବିଶ୍ବାସଙ୍କୁ ସେ ବିବାହ କରିଥିଲେ। ସ୍ବାମୀ ତାଙ୍କୁ ରୋଜଗାର କରିବା ପାଇଁ ବହୁ ସାହଯ୍ୟ କରିଥିଲେ।

ଶର୍ମିଳା ୨୦୧୫ ମସିହାରେ ୧୦ ଜଣ ମହିଳାଙ୍କୁ ନେଇ ତୁଳସୀ ଦେବୀ ଏସଏଚଜି ଖୋଲିଥିଲେ। ସେଥିରେ ସିଲେଇ କରି କିଛି ଟଙ୍କା ରୋଜଗାର କରିଲେ। କିନ୍ତୁ ବିୟୁଟିପାର୍ଲର ଖୋଲିବା ସ୍ବପ୍ନ ପୂରଣ ପାଇଁ ସ୍ବାମୀ ସହଯୋଗ କରିଥିଲେ। ଏହାପରେ ସେ ଭୁବନେଶ୍ବର ଠାରେ ୧ ବର୍ଷ ରହି ପାର୍ଲରର ବିଭିନ୍ନ କାମ ଶଖିଥିଲେ। ଏହାପରେ ଗତବର୍ଷ ଠାରୁ ସେ ନିଜ ଗାଁକୁ ଫେରି ମାଲକାନଗିରିରେ ବିୟୁଟି କାମ ଆରମ୍ଭ କରିଥିଲେ। ଅର୍ଡର ହିସାବରେ ଘର ଘର ବୁଲି ମେକଅପ୍ କାମ କରି ସେଥିରୁ ରୋଜଗାର ଆରମ୍ଭ କରିଥିଲେ। ମିସନ ଶକ୍ତି ଓ ଜୀବିକା ମିସନ ସହଯୋଗରେ ୨ ଲକ୍ଷ ଟଙ୍କା ଋଣ ପାଇଥିବା ବେଳେ ସ୍ବାମୀ ଆଉ କିଛି ଟଙ୍କା ପ୍ରଦାନ କରିଥିଲେ। ସେଥିରେ ମାଲକାନଗିରି ଆଇଏମଏସଟି ସ୍କୁଲ ଛକ ଠାରେ ଗ୍ଲାମର ଗ୍ଲୋ ବିୟୁଟି ପାର୍ଲର ଖୋଲିଥିଲେ। ମାଲକାନଗିରି ଅଞ୍ଚଳରେ ମହିଳାମାନଙ୍କୁ ମେକଅପ୍ କ୍ଷେତ୍ରରେ ବିଭିନ୍ନ ସୁବିଧା ଯୋଗାଇବା ପାଇଁ ଚେଷ୍ଟା କରିଥିଲେ। ନିଜେ କାମ କରିବା ସହ ଆଉ ଦୁଇ ଜଣ ମହିଳାଙ୍କୁ ମଧ୍ୟ ତାଲିମ ଦେଇ ନିଯୁକ୍ତି ଦେଇଛନ୍ତି। ଏବେ ବ୍ରାଇଡଲ୍ ମେକଅପ୍ ଠାରୁ ଆରମ୍ଭ କରି ପାର୍ଟି ମେକଅପ୍, ଫେସିଆଲ, ହେୟାର ଷ୍ଟ୍ରେଟନିଙ୍ଗ୍ ଆଦି ବହୁ କାର୍ଯ୍ୟ କରିଛନ୍ତି। ମାସକୁ ପାଖାପାଖି ୫୦ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ ପ୍ରାୟ ୨୦ ହଜାର ଟଙ୍କା ଲାଭ ପାଇପାରୁଛନ୍ତି। ବହୁ ସଂଘର୍ଷ କରିଥିବା ବେଳେ ଆଗକୁ ଆହୁରି ନିଜ ଅଞ୍ଚଳ ମହିଳାଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବାକୁ ସହଯୋଗ କରିବେ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button