ନାବାଳିକା ଝିଅକୁ ହତ୍ୟା କଲା ବାପା – bajravana
[ad_1]
ନୂଆଦିଲ୍ଲୀ : ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଛି ବାପା । ମୃତ ଦେହ ସହ ବାପା ଯାହା କରିଛି ତାହା ବି ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଅମୃତସରର ଟାଙ୍ଗରା ଅଞ୍ଚଳରେ । ଦୁଇ ଦିନ ଧରି ଝିଅ କେଉଁଆଡେ ନିଖୋଜ ଥିଲା । ଏହା ପରେ ନିଖୋଜ ଥିବା ଝିଅ ଦୁଇ ଦିନ ପରେ ଘରକୁ ଫେରିଥିଲା । ଝିଅକୁ ଦୁଇ ଦିନ ପରେ ଘରେ ଦେଖି ଭୀଷଣ ରାଗିଯାଇଥିଲା ବାପା । ଆଉ ଝିଅର ଚରିତ୍ରକୁ ସନ୍ଦେହ କରି ତାକୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେଇଥିଲା ବାପା ।
ଝିଅ ମୃତଦେହକୁ ବାଇକରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଇଥିଲା ବାପା। ବାଇକରେ ଘୋଷାଡ଼ିବା ପରେ ନିକଟରେ ଥିବା ଟ୍ରେନ ଟ୍ରାକରେ ଫିଙ୍ଗି ଦେଇଥିଲା ସୈତାନ ବାପା । ଏସବୁ ଗାଁ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ବାପା ଫେରାର ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।
The post ନାବାଳିକା ଝିଅକୁ ହତ୍ୟା କଲା ବାପା appeared first on Odisha Khabar.
[ad_2]