ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବ୍ୟାହତି ନେବା ପୂର୍ବରୁ ଏକ ସମ୍ବେଦନଶୀଳ ମାମଲାର ଉଚିତ ବିଚାର କରି ଡି ୱାଇ ଚନ୍ଦ୍ରଚୂଡ଼ ଗଭୀର ଆତ୍ମସନ୍ତୋଷ ଲାଭ କରିଛନ୍ତି ।
୩୦ ବର୍ଷୀୟ ପୁଅର ଚିକିତ୍ସା ଖର୍ଚ୍ଚ ମୁଣ୍ଡାଇ ପାରିବେନି ଜଣାଇଲେ ଦମ୍ପତି । ଡାକ୍ତରଖାନା ପକ୍ଷରୁ ଯୋଗାଇ ଦିଆଯାଇଥିବା ଜୀବନ ରକ୍ଷାକାରୀ ସିଷ୍ଟମ ହଟାଇ ନେବା ସହିତ ପୁଅର ଜୀବନକୁ ଭାଗ୍ୟ ହାତରେ ଛାଡ଼ି ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ନେହୁରା ହୋଇଥିଲେ ।
ମାମଲାର ବିଚାର ଚାଲିଥିବା ଭିତରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ପୀଡ଼ିତ ଯୁବକଙ୍କ ଉପରେ ଶୁଭଦୃଷ୍ଟି ପକାଇବାକୁ ୟୁପି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ…
‘ଏକ୍ ଅକେଲା ସବ୍ ପର୍ ଭାରି’:…
ଦେବୋତ୍ଥାନ ଏକାଦଶୀ: ନିଦରୁ ଉଠିବେ…
ନିର୍ବାଚନ ପୂର୍ବରୁ ଦଳଡ଼ିଆଁ…
୬୨ ବର୍ଷୀୟ ଅଶୋକ ରାଣା ଓ ୫୫ ବର୍ଷୀୟା ନିର୍ମଳା ଦେବୀ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରି ଆର୍ଥିକ ସଙ୍କଟ କାରଣରୁ ପୁଅ ହରିଷ ରାଣାଙ୍କ ଡାକ୍ତରୀ ଖର୍ଚ୍ଚ ତୁଲାଇ ପାରିବେନି ବୋଲି ସ୍ପଷ୍ଟ କରିଥିଲେ । ତା’ ସହିତ ପୁଅକୁ ଡାକ୍ତରଖାନା ପକ୍ଷରୁ ଯୋଗାଇ ଦିଆଯାଇଥିବା ଲାଇଫ୍ ସପୋର୍ଟ ସିଷ୍ଟମ୍ ହଟାଇନେବାକୁ ନେହୁରା ହୋଇଥିଲେ, ତା’ ସହିତ ପୁଅର ଜୀବନଟିକୁ ଭାଗ୍ୟ ହାତରେ ଛାଡ଼ି ଦେବାକୁ ଅନୁମତି ଦେବାକୁ ପ୍ରାର୍ଥନା କରିଥିଲେ ।
୩୦ ବର୍ଷୀୟ ହରିଷ ମୋହାଲିରେ ପଢୁଥିବା ସମୟରେ ଚାରି ମହଲାରୁ ଝରକା ବାଟ ଦେଇ ତଳକୁ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ବାଜିଥିଲା ।
ମାମଲାର ବିଚାର କରି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ହରିଷଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ସଂପର୍କରେ ୟୁପି ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।