ଦେଶ ବିଦେଶ

ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେନି ଚୀନ ରାଷ୍ଟ୍ରପତି – bajravana

[ad_1]

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ସାମିଲ ରହିବେ । ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଭାରତରେ ପ୍ରତିନିଧିତ୍ୱରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗଙ୍କ ଅନୁପସ୍ଥିତିର କାରଣ ମାଓ ନିଙ୍ଗ ଦର୍ଶାଇ ନାହାଁନ୍ତି । ୧୮ତମ ଜି-୨୦ ଶିଖର ସମ୍ମିନଳୀ ସେପ୍ଟେମ୍ବର ୯-୧୦ରେ ଦିଲ୍ଲୀରେ ଆୟୋଜିତ ହେବ ।

ଚୀନୀ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାେଓା ନିଙ୍ଗ କହିଛନ୍ତି ଯେ, ଭାରତ ଗଣରାଜ୍ୟ ସରକାରଙ୍କ ନିମନ୍ତ୍ରଣରେ ରାଜ୍ୟ ପରିଷଦର ପ୍ରଧାନମନ୍ତ୍ରୀ ଲୀ କିୟାଙ୍ଗ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀରେ ଭାଗ ନେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button