ଦେଶ ବିଦେଶ

ଦେଶର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍‌ ଖାନ୍ନା

ନୂଆଦିଲ୍ଲୀ: ଆଜି ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଭବନରେ ଦିନ ୧୦ଟା ସମୟରେ ଶପଥ ନେବେ ଜଷ୍ଟିସ୍ ଖାନ୍ନା । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ ମାସ ଅର୍ଥାତ୍ ୨୦୨୫ ମେ’ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ ।

ଅକ୍ଟୋବର ୧୬ରେ ସିଜେଆଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସିଜେଆଇ ଭାବେ ଜଷ୍ଟିସ୍‌ ଖାନ୍ନା ଙ୍କ ନାମ ସୁପାରିସ କରିଥିଲେ । ଏହା ପରେ କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ୨୪ରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

୧୯୮୩ ମସିହାରେ ଓକିଲାତି ଜୀବନ ଆରମ୍ଭ କରିଥିବା ଜଷ୍ଟିସ୍ ଖାନ୍ନା ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ୱଚ୍ଛତା, ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହ ନିକଟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଭଳି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button