ଓଡିଶା

ଛତିଶଗଡ଼ରେ ସଡକ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ

କୋଷାଗୁମୁଡା: ଛତିଶଗଡ଼ ବକାୱଣ୍ଡ ସ୍ଥିତ ରାଜନଗର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କ ଘର ନବରଙ୍ଗପୁର କୋଷାଗୁମୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି ।

ଯେଉଁଥିରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କୋଷାଗୁମୁଡା କେରା ଗାଁର ପୂର୍ଣ୍ଣି ଭତରା, ଶିରିଗୁଡ଼ା ଗାଁର ଧନାଇ ଭତ୍ରା ଓ ଦୟାବତୀ ସରାବୁ ।

ଅନ୍ୟପଟେ ୧୬ ଜଣ ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମସ୍ତ ଶ୍ରମିକ ଛତିଶଗଡ଼କୁ କୃଷି କାର୍ଯ୍ୟ ପାଇଁ ଯାଇଥିଲେ । କାମ ସାରି ପିକଅପ୍ ଭ୍ୟାନରେ ଫେରିବା ସମୟରେ ବକାୱଣ୍ଡ ନିକଟ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟର ସହ ପିକଅପ୍ ଭ୍ୟାନ୍ ର ଧକ୍କା ହୋଇଥିଲା ।

ଘଟଣାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମେଡିକାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button