ଓଡିଶା

ଜମିକୁ ପାଣି ଯୋଗାଇବା ସକାଶେ ପ୍ରଶାସନର ମିଳିତ ବୈଠକ

ତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଅଛି । ଚାଷୀଙ୍କ ଠାରୁ ଧାନ କିଣିବା ସମୟରେ ଏଫ୍.ଏ.କ୍ୟୁ ମାନର ଧାନ କିଣାଯିବ । ଚାଷୀଗଣ ଯେଭଳି ସଠିକ ଏଫ.ଏ.କ୍ୟୁ ଧାନ ବିକ୍ରିକରିବା ସକାଶେ ମଣ୍ଡି କୁ ଧାନ ଆଣିବେ, ସେଥି ସକାଶେ ସଚେତନତା ପ୍ରକ୍ରିୟା କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଧାନ କ୍ରୟ ସମୟରେ କଟନି ଛଟନି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ଚାଷୀକୁଳକୁ ସଚେତନ କରାଇ କିଭଳି ଉନ୍ନତମାନର ଧାନ ବିକ୍ରି କରିବାକୁ ମଣ୍ଡିକୁ ଧାନ ଆଣିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ବ ଆରୋପ କରାଯାଇଛି । ତେବେ ଅଭାବୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଅମଳରେ ବାଧା ଦେଖାଯାଉଥିବା ଚାଷୀକୁଳ ପ୍ରଶାସନକୁ ଜଣାଇଛନ୍ତି । ଏହାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସୁପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କୃଷି ବିଭାଗ, ଉଠା ଜଳ ସେଚନ ବିଭାଗ, ପାଣି ପଞ୍ଚାୟତ, ଟିପିଏସଓଡିଏଲ୍ ଇତ୍ୟାଦି ବିଭାଗର ସମନ୍ବୟ ବୈଠକରେ କୁହାଯାଇଛି । ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଚାଷୀକୁଳଙ୍କ ଧାନ ଚାଷରେ ସମସ୍ୟା ଦେଖାଦେବ ।

ପାଣି ଅଭାବରୁ ଧାନ ଅମଳର ମାନ ସଠିକ ରହିବ ନାହିଁ । ଚାଷ ଯଦି ବଞ୍ଚିବ ନାହିଁ ଚାଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଚାଷ କାର୍ଯ୍ୟ ସକାଶେ ଚାଷ ପାଇଁ ଜମିରେ ପାଣିର ଶେଷ ପର୍ଯ୍ୟାୟ ପାଣି ଯୋଗାଇବା ଆବଶ୍ୟକ ପଡୁଛି । ଏହି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଦଶ ପ୍ରତିଶତ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button