ଥରେ ଚାର୍ଜ କଲେ ଯିବ ୧୭୫ କିଲୋମିଟର, ଦାମ୍ ମାତ୍ର..
ନୂଆଦିଲ୍ଲୀ : ଓବନ ଇଲେକ୍ଟ୍ରିକ୍ ଭାରତରେ ନିଜ ପ୍ରଥମ ଇ-ବାଇକ୍ ରୋର୍ ଇଜେଡର ବଜାର ପ୍ରବେଶ କରିଦେଇଛି । ଦମଦାର ଡିଜାଇନ ସହିତ ଏହାର ଦାମ୍ ୮୯,୯୯୯(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ । ଏଥିରେ ୩ ବ୍ୟାଟେରୀ ଭେରିଏଣ୍ଟ ୨.୬ କିଲୋଓ୍ବାଟ, ୩.୪ କେଡବ୍ଲୁଏଚ୍ ଓ ୪.୪ କେଡବ୍ଲୁଏଚ ଉପଲବ୍ଧ ହେବ । ଏହି ବାଇକ୍ ଏକ ଆରାମଦାୟକ ରାଇଡ୍ ପ୍ରଦାନ କରିବ ଯାହା ଭିନ୍ନ ଭିନ୍ନ ଆବଶ୍ୟକତା ଅନୁସାରେ ଏକ ଉତ୍ତମ ବିକଳ୍ପ ହୋଇପାରିବ ।
ଏହି ବ୍ୟାଟେରୀ ୫୦ ପ୍ରତିଶତ ଉଚ୍ଚ ତାପମାତ୍ରା ସହି ପାରିବ । ସବୁ ପ୍ରକାର ତାପମାତ୍ରାରେ ଏହା ଉତ୍ତମ ରୂପେ କାର୍ଯ୍ୟ କରିପାରିବ । ଏହାର ସମସ୍ତ ଭେରିଏଣ୍ଟ ପ୍ରଭାବଶାଳୀ ପ୍ରଦର୍ଶନ କରିବ । ୯୫ କିଲୋମିଟର ପ୍ରତି ଘଣ୍ଟାର ସର୍ବାଧିକ ସ୍ପିଡ ପ୍ରଦାନ କରିପାରିବ ଏହି ବାଇକ୍ । ମାତ୍ର ୩.୩ ସେକେଣ୍ଡରେ ଏହା ଶୂନରୁ ୪୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଫୁଲ୍ ଚାର୍ଜ କଲେ ଏହା ୧୭୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାର ଫାଷ୍ଟ ଚାର୍ଜର ମାଧ୍ୟମରେ ଏହାକୁ ମାତ୍ର ୪୫ ମିନିଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ ।