କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ,ପୁରୁଷ ବନ୍ଧୁଙ୍କ ସହ ୬ ଗିରଫ
କଟକ: କଲେଜ ଛାତ୍ରୀଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ । ପୁରୁଷବନ୍ଧୁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ । ପ୍ରଥମେ ବନ୍ଧୁତା ସ୍ଥାପନ କରି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଘଟନାନୁସାରେ,କଟକରେ ଜଣେ କଲେଜ ଛାତ୍ରୀ ଦଶହରା ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମ ଦିନ ପାଳନ କରିବାକୁ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେକୁ ଯାଇଥିଲେ ।
ଏହି ସମୟରେ ଦୁଇଜଣ ଏକାଠି ଥିବା ବଳେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତାଙ୍କର କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଉଠାଇ ନେଇଥିଲେ । ଏହାପରେ ଏହି ଫୋଟକୁ ଦେଖାଇ ଉକ୍ତ କାଫେ ମାଲିକଙ୍କ ସହ ଅନ୍ୟ ସହପାଠୀ ମାନେ ମିଶି ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳରେ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୁରୁଷବନ୍ଧୁଙ୍କ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାରଙ୍ଗ ଥାନା ଅଞ୍ଚଳର । ଅନ୍ୟ ୪ ଜଣ ବାଦାମବାଡ଼ି ଓ ପୁରୀଘାଟ ଥାନା ଅଞ୍ଚଳର । ସମସ୍ତଙ୍କର ବୟସ ୧୯ ରୁ ୨୪ ବର୍ଷ ମଧ୍ୟରେ ହେବ । ଏହି ଘଟଣା ପରେ ଏହି ଘଟଣା ଘଟିଥିବା ଉକ୍ତ କାଫେକୁ ସିଲ୍ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କଟକ ଡିସିପି । ପୋକ୍ସୋ ସମେତ ଆଇଟି ଆକ୍ଟ, ଏସି ଏସ୍ଟି ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।
ଜବତ ମୋବାଇଲ ଯାଞ୍ଚ ପାଇଁ ସ୍ୱତନ୍ତ୍ର ସେଲ୍କୁ ପଠାଯିବ । ଏହି ଛଅ ଜଣ ହିଁ ଅଭିଯୁକ୍ତଙ୍କ ତୁରନ୍ତ ତଦନ୍ତ ସାରି ଚାର୍ଜ ସିଟ୍ କରିବା ପାଇଁ ପୋଲିସ ଉଦ୍ୟମ କରିବ । ସେପଟେ ପୀଡିତା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି କଟକ ଡିସିପି ଜଗମୋହନ ମିନା ।