ରେକର୍ଡ ଭାଙ୍ଗୁଛି ତାତି: ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ
ଭୁବନେଶ୍ଵର: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି । ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ତେବେ ୨୦୨୪ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର କାରଣ ହେବ ‘ଏଲ୍ ନିନୋ’ । ସେପଟେ ବିଶ୍ୱ ତାପମାତ୍ରାରେ ଆଗାମୀ ବର୍ଷ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିପାରେ।
ଏପରି ହେବାଦ୍ୱାରା ବିଶ୍ୱ ତାପମାତ୍ରାରେ ଭୟଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କହିଛି ଆମେରିକା ଏଜେନ୍ସି ।
ଅନ୍ୟପଟେ ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ଉଦବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । ମାନବଜାତି ପୃଥିବିରେ ନିଆଁ ଲଗାଉଛି ଓ ନିଜେ ଫଳ ଭୋଗୁଛି ବୋଲି କହିଛନ୍ତି ଗୁଟାରେସ୍ । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ ତାତି ।
୨୦୨୪ ସବୁଠାରୁ ଉତ୍ତପ୍ତ ରହିବ ବୋଲି ପୂର୍ବ ଆକଳନ କରିଛନ୍ତି ୟୁରୋପର ଏକ ଜଳବାୟୁ ଅନୁଧ୍ୟାନ ସଂସ୍ଥା ‘କୋପରନିକସ’। ଆସନ୍ତା ୧୧ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଜଳ ବାୟୁ ସମ୍ମିଳନୀ ପାଇଁ ଏହା ସଦସ୍ୟ ସେଶମାନଙ୍କ ପାଇଁ ଏକ ଆହ୍ୱାନ ହେବ ବୋଲି ଆଲୋଚନା ହେଉଛି। ‘କୋପରନିକସ’ କହିଛି ଯେ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ଏତେ ଅଧିକ ଥିଲା ଯେ ୨୦୨୪ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପ୍ରାୟ ନିଶ୍ଚିତ। ‘କୋପରନିକସ’ ନିର୍ଦ୍ଦେଶକ କାର୍ଲେ ବୁଣ୍ଟେମ୍ପୋ କହିଛନ୍ତି, ଚଳିତ ବର୍ଷର ରେକର୍ଡର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ।
୨୦୨୪ର ପ୍ରଥମ ୧୦ ମାସରେ ବିଶ୍ବର ହାରାହାରି ତାପମାତ୍ରା ୧୯୯୧-୨୦୨୦ରେ ରେକର୍ଡ ହୋଇଥିବା ତାପମାତ୍ରା ତୁଳନାରେ ୦.୭୧ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । ସେହି ପରି ସମାନ ସମୟର ଗତବର୍ଷ ତୁଳନାରେ, ଚଳିତ ବର୍ଷ ତାପମାତ୍ରା ୦.୧୬ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । ଏହାପୂର୍ବରୁ ଅକ୍ଟୋବର ୨୦୨୩ ମଧ୍ୟ ଅତ୍ୟଧିକ ଗରମ ଥିଲା । ହାରାହାରି ଭୂପୃଷ୍ଠର ତାପମାତ୍ରା ୧୫.୨୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା ।
କୋପରନିକସ ନିର୍ଦ୍ଦେଶକ କାର୍ଲେ କହିଛନ୍ତି ଯେ ୨୦୨୪ ଏବଂ ୨୦୨୩ରେ ଅଗଷ୍ଟ ମାସ ମଧ୍ୟରେ ହାରାହାରି ତାପମାତ୍ରା ୧୬.୮୨ ଡିଗ୍ରି ରହିଛି, ଯାହା ବୈଶ୍ୱିକ ତାପମାତ୍ରା ସହ ସମାନ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡାଟା ଦର୍ଶାଉଛି ଯେ କିପରି ଜଳବାୟୁ ପରିବର୍ତ୍ତନ ଆମ ଉପରେ କୁପ୍ରଭାବ ପକାଉଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମଧ୍ୟ ହାରାହାରି ଭାବେ ଅତ୍ୟଧିତ ଉଷ୍ମ ଥିଲା ଏବଂ ଚର୍ଚ୍ଚା ହେଉଥିଲା ଏହା ପୃଥିବୀର ସବୁଠୁ ଉତ୍ତପ୍ତ ବର୍ଷ । କିନ୍ତୁ ଏବେ ୨୦୨୪ ଡାଟାରୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ପୃଥିବୀ ଇତିହାସର ସବୁଠୁ ଗରମ ବର୍ଷ ।