ଦେଶ ବିଦେଶ

ବାତିଲ ହେଲା ବିମାନ; ଧାରଣାରେ ବସିଲେ ଯାତ୍ରୀ

ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ। ଅସନ୍ତୋଷ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି ୬୦ରୁ ଅଧିକ ଯାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ।

ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ଗତକାଲି ସକାଳ ୯ ଟା ୫୫ରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା।

ଏହି ବିମାନ ଆଜି ସକାଳ ୮ଟା ୪୫କୁ ଧାର୍ଯ୍ୟ କରାଯାଇଥିଲା। ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଆଜି ବି ସେହି ବିମାନ ବାତିଲ ହୋଇଯାଇଥିଲା।

ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ଯୋଗୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରୀମାନେ ବିମାନବନ୍ଦର ୬ ନମ୍ବର ଗେଟ୍ରେ ହୋହଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଏହି ଘଟଣା ପରେ ଗାର୍ଡମାନେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବିମାନ ସେବା ଯୋଗାଇ ଦିଆଯାଉ ବୋଲି ଅଡ଼ି ବସିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଉତ୍ତେଜନା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି, ଟେକ୍ନିକାଲ ସମସ୍ୟା ପାଇଁ ବିମାନଟି ହ୍ରାଇଦ୍ରାବାଦରୁ ଆସିନଥିଲା। ଯାହା ଫଳରେ ଯାତ୍ରୀମାନଙ୍କର ଯିବାରେ ବିଳମ୍ବ ହୋଇଥିଲା। ଏବେ ବିମାନଟି ଆସିସାରିଛି। ଟେକ୍ନିକାଲ ସମସ୍ୟା ସମାଧାନ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛି। ଯାତ୍ରୀମାନେ ବିମାନରେ ବସି ସାରିଲେଣି। କିଛି ସମୟ ପରେ ବିମାନଟି ଛାଡ଼ିବ।

Related Articles

Leave a Reply

Your email address will not be published. Required fields are marked *

Back to top button