ଓଡିଶା

ପୂର୍ଣ୍ଣିମା ରାତିରେ ହେବ ହାତୀ ଗଣନା: ନଭେମ୍ବର ୧୪ ଓ ୧୫ ଦୁଇଦିନ ଗଣତି

ଢେଙ୍କାନାଳ: ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ପୂର୍ଣ୍ଣିମା ଆଲୋକରେ ହାତୀ ଗଣନା କରାଯିବ। ହାତୀ ଗଣନା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ଢେଙ୍କାନାଳ।

ସମସ୍ତ ୮ଟି ରେଞ୍ଜରେ ହାତୀ ଗଣନା ପାଇଁ ଜିଲ୍ଲାର ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟି ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ୍ ଲଗାଯିବ। ସେହିପରି ବାଇନାକୁଲାର ସହିତ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ ହାତୀ ଥିବା କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button