ଓଡିଶା
ଜାଲରେ ପଡିଲା ୨୨ କେଜିର ବିରାଟ ମାଛ, ୫ହଜାର ୭୨୦ ଟଙ୍କାରେ କିଣିଲେ ଜଣେ ଗ୍ରାହକ
କଟକ : ଜାଲରେ ପଡିଲା ବିରାଟ ମାଛ । ମୁଣ୍ଡଳୀ ଆନିକଟ ତଳମୁଣ୍ଡ ମହାନଦୀରୁ ଜଣେ ମତ୍ସ୍ୟଜୀବୀ ମାଛ ମାରୁଥିବାବେଳେ ଏହି ବିଲୁପ୍ତ ବୋଦା ମାଛ ଜାଲରେ ପଡିଛି । ଏହାର ଓଜନ ପ୍ରାୟ ୨୨ କେଜି ହେବ। ଜଣେ ଗ୍ରାହକ ଏହି ମାଛଟିକୁ କିଲୋ ପିଛା ୨୬୦ ଟଙ୍କା ହିସାବରେ ୫ହଜାର ୭୨୦ ଟଙ୍କା ଦେଇ କିଣି ନେଇଥିବା ଜଣାପଡିଛି। ଏହି ମାଛ ସାଧାରଣତଃ ଗଭୀର ନଦୀର ପଥୁରିଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ ।
ମାଛଟିର ମଝିରେ କେବଳ ଗୋଟିଏ କଣ୍ଟା ଥିବା ବେଳେ ତାହା ମାଂସାଳ ହୋଇଥାଏ । ଏହି ପ୍ରଜାତିର ମାଛ ଏକ କ୍ୱିଣ୍ଟାଲ୍ ଓଜନ ପର୍ଯ୍ୟନ୍ତ ହୋଇଥାନ୍ତି । ଶେଷ ଥର ପାଇଁ ୧୯୯୯ ମସିହାରେ ମୁଣ୍ଡଳୀ ନିକଟ ମହାନଦୀରୁ ଜଣେ ମତ୍ସ୍ୟଜୀବୀ ୫୨ କିଲୋ ଓଜନର ମାଛ ଧରିଥିଲେ ଏହା ପରଠାରୁ ଏତେ ବଡ଼ ମାଛ ଧରାପଡ଼ି ନଥିବା ମତ୍ସ୍ୟଜୀବୀ କହିଛନ୍ତି ।