ଦେଶ ବିଦେଶ

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ମ୍ମୁ କଶ୍ମୀରରେ ପ୍ରବଳ ଗୁଳି ବିନିମୟ । ଶ୍ରୀନଗର ଖାନ୍ୟାର ଅଞ୍ଚଳରେ ବର୍ଷୁଛି ଗୁଳି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ଖାନ୍ୟାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ବନ୍ଦିପୁରା ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର । ତେବେ ମୃତାହତ ନେଇ କୌଣସି ସୂଚନା ନାହିଁ । ସୁରକ୍ଷାକର୍ମୀ ୨ ଜଣ ଆତଙ୍କୀକୁ ଘେରି ଯାଇଛନ୍ତି ।

 

ସେହିପରି ଦୁର୍ଘଟଣାବଶଃତ ଜଣେ ଯବାନ ନିଜ ବନ୍ଧୁକରୁ ଗୁଳି ବାଜି ପ୍ରାଣ ହରାଇଛନ୍ତି । ସର୍ଭିସ ରାଇଫଲରୁ ଗୁଳି ବାଜି ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଖାନ୍ୟାର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଛି । ଏବେ ବି ଜାରି ରହିଛି ଏନକାଉଣ୍ଟର । ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଛି । ଗତକାଲି ଜମ୍ମୁ କଶ୍ମୀରରେ ଦୁଇ ଜଣ ଉତ୍ତର ପ୍ରଦେଶର ଶ୍ରମିକଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ ।

ଅକ୍ଟୋବର ୨୦ରେ ଗନ୍ଦେରବାଲସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆଖିବୁଜା ଗୁଳିମାଡ଼ରେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିଲେ । ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା । ଏହାପରେ ୨୪ ଅକ୍ଟୋବରରେ ଉପତ୍ୟକାର ଗୁଲମର୍ଗରେ ସ୍ଥଳ ସେନାର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ସେନା ଗାଡ଼ି ଉପରକୁ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏଥିରେ ଜଣେ ସାଧାରଣ ନାଗରିକଙ୍କ ସମେତ ୨ ଜଣ ଯବାନ ସହିଦ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button